କାଢ଼ା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

କରୋନା ବର୍ତ୍ତମାନ ମାଡ଼ି ଚାଲିଛି। ଏଥରୁ ରକ୍ଷା ପାଇାବକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆପଣ ଆୟୁର୍ବେଦ କାଢ଼ା ପିଇ ପାରିବେ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରିପାରିବେ। ଆଜିର ସ୍ୱାସ୍ଥ୍ୟ ସୂଚନାରେ ଆସନ୍ତୁ ଜାଣିବା – କାଢ଼ାର ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ ଓ ଏହାର ଉପକାରିତା :-
ତେଜପତ୍ର – ଏଥିରେ ଭିଟାମିନ ସି, ଆଇରନ, ପୋଟାସିୟମ, ମାଗ୍ନେସିୟମ ଥାଏ।
ଗୁଜୁରାତି – ଏହା ବିଭିନ୍ନ ପେଟ ଜନିତ ସମସ୍ୟାରୁ ମକ୍ତ କରିଥାଏ।
ଡାଲଚିନି – ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ, ଏହା ସୁଗାର ଓ କୋଲଷ୍ଟ୍ରରାଲ ସ୍ତରକୁ ସନ୍ତୁଳିତ ସ୍ତରକୁକୁ ସନ୍ତୁଳନ ରଖିଥାଏ।
ଲବଙ୍ଗ – ଲବଙ୍ଗର ଔଷଧୀୟ ଗୁଣ ରହିଛି, ବ୍ୟାକ୍ଟେରିଆକୁ ନାଶ କରିବାର ଶକ୍ତି ଏହାର ଥାଏ। ପେଟ ପାଇଁ ଏହା ବହୁତ ଭଲ
ଅଦା –ଅଦା ମଧ୍ୟ ପେଟ ପାଇଁ ଭଲ। ଏହା ଗ୍ୟାସ ସମସ୍ୟା ଦୂର କରିଥାଏ। ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
ଗୋଲମରିଚ- ଏହା ଉଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଶ୍ୱାସ ଜନିତ ସମସ୍ୟା ଦୂର କରେ।
ତାଳ ମିଶ୍ରି-ଏଥିରେ ବହୁ ପରିମାଣରେ ମିନେରାଲ୍ସ, ଆଇରନ, ଜିଙ୍କ ଥାଏ। ଏହା ପେଟ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ।
ଲୁଣ – ଲୁଣରେ ସୋଡିୟମ ଥାଏ। ଏହା ବ୍ଲଡ ପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ତୁଳସୀ– ତୁଳସୀ ଆମ ଶରୀର ଅନେକ ସମସ୍ୟା ଦୂର କରିଥାଏ। ଥଣ୍ଡା, ପେଟ, ଚର୍ମ ଜନିତ ସମସ୍ୟା ଏହା ଦୂର କରିଥାଏ।
ପ୍ରସ୍ତୁତି ପ୍ରଣାଳୀ :-ଯଦି ୨ କପ୍ କାଢ଼ା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏକ ପାତ୍ରରେ ୪ କପ୍ ପାଣି ନିଅନ୍ତୁ। ଏହି ପାଣିକୁ ଫୁଟାନ୍ତୁ । ପାଣି ଫୁଟି ଆସିଲେ ଏଥିରେ ଗୋଟିଏ ତେଜପତ୍ର, ଦୁଇଟି ଗୁଜୁରାତି, ଦେଢ଼ ଇଞ୍ଚର ଡାଲଚିନିକୁ ଖଣ୍ଡ ଖଣ୍ଡ କରି ପକାନ୍ତୁ। ଏହାପରେ ଏଥିରେ ୪ ଟି ଲବଙ୍ଗ, ଅଦା ଏକ ଛୋଟ ଚାମଚ ଛେଚିକି ପକାନ୍ତୁ । ଅଦା ପକାଇ ସାରିବା ପରେ ଅଳ୍ପ ଟିକିଏ ଗୋଲମରିଚ ଗୁଣ୍ଡ ଓ ତାଳ ମିଶ୍ରି ପକାନ୍ତୁ। ତାଳ ମିଶ୍ରି ଜାଗାରେ ଆପଣ ଗୁଡ଼ ନେଇପାରିବେ । ଏବେ ଆପଣ ଏଥିରେ ତୁଳସୀ ପତ୍ର ପକାନ୍ତୁ। ୨ଟି କପ୍ କାଢ଼ା ପାଇଁ ଆପଣ ୧୦ଟି ତୁଳସୀ ପତ୍ର ନେଇପାରିବେ। ସବୁ ମସଲା ପଡ଼ିବା ପରେ ପାଣି ଭଲ ଭାବେ ଫୁଟି ଆସିଲେ ଗ୍ୟାସର ଜଳେଣୀ କମ୍ କରିଦିଅନ୍ତୁ ଏବଂ ଏକ ଘୋଡ଼ଣି ଢାଙ୍କି ଦିଅନ୍ତୁ। ଫଳରେ ପାଣି ଧୀରେ ଧୀରେ ଫୁଟିବ ଓ ମସଲାର ଔଷଧୀୟ ଗୁଣ ତା’ ଭିତରେ ହିଁ ରହିବ। ପାଖାପାଖି ୨୦ ମିନିଟ ଏମିତି ଛାଡ଼ିବା ପରେ ଗ୍ୟାସ ବନ୍ଦ କରି କାଢ଼ାକୁ ଗୋଟିଏ କପ୍‌ରେ ଢାଳି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ କାଢ଼ା  । 

Comments (0)
Add Comment