କାଳ ସାଜିଥାନ୍ତା ବାଜିମରା ,ବଂଚିଗଲେ ଯୁବକ

ବାରଙ୍ଗ,୧୯/୮(ଏସ୍‌.ଏସ୍‌.ନିୟୁଜ) କାଳ ସାଜିଥାନ୍ତା ବାଜିମରା । ପହଁରା ଶିଖିଥିବାରୁ ସୈାଭାଗ୍ୟବଶତ ବଂଚିଯାଇଥିଲେ ୨୮ବର୍ଷର ଯୁବକ । ବାରଙ୍ଗ ଦମକଳ ବାହିନୀର କର୍ମଚାରୀମାନେ ଆସି ମହାନଦୀର ଧବଳେଶ୍ୱର ପଠାରୁ ଉଦ୍ଧାରକରି ଯୁବକକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଘଟଣା ମୁଣ୍ଡଳି ଅଂଚଳରେ ବେଶ ଚର୍ଚ୍ଚା ପାଲଟିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ଜଣାପଡିଛି ଯେ, ବୁଧବାର ଅପରାହ୍ନ ରେ ଆଠଗଡ ଥାନା ଅର୍ନ୍ତଗତ ନୁଆବନ୍ଧ ଗ୍ରାମର ରତିରଞନମୁଦୁଲି ତାଙ୍କ ସାଙ୍ଗଙ୍କ ସହ ଏକ ବାଇକରେ ଆସି ମୁଣ୍ଡଳି ବ୍ରିଜ୍ ଉପରେ ଛିଡା ହୋଇଥିଲେ । ଦୁଇସାଙ୍ଗ କିଛି ସମୟପାଇଁ ବ୍ରିଜ୍‌ଉପରେ ଛିଡା ହୋଇ ମହାନଦୀର ଜଳରାଶିର ଶୋଭାକୁ ଉପଭୋଗ କରୁଥିଲେ । କିଛିସମୟ ପରେ ରତିରଞନ ମହାନଦୀକୁ ହଠାତ ଡେଇଁ ପଡିଥିଲେ । ବ୍ରିଜ୍ ଉପରେ ଥିବା କିଛି ମସ୍‌ ଜିବୀ ଏହାଦେଖି ଘଟଣା ଜାଣିବାପାଇଁ ବ୍ରିଜ୍‌ଉପରେ ଛିଡା ହୋଇଥିବା ସାଙ୍ଗଙ୍କ ପାଖକୁ ଯିବାପରେ ବାଜିଲଗାଇ ରତି ରଞନ ମହାନଦୀକୁ ଡେଇଁଥିବାର ଜାଣିବାକୁ ପାଇଥିଲେ ।ଏହାପରେ ମସ୍‌ ଜିବୀମାନେ ବାରଙ୍ଗ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ରାଜକିଶୋରଜେନାଙ୍କ ନେତୃତ୍ୱରେ ଦମକଳ ବାହିନୀର ଏକ ଟିମ୍ ଆସି ମୁଣ୍ଡଳୀବ୍ରିଜପାଖରେ ପହଁଚିଥିଲେ ।ସେତେବେଳକୁ ରତିରଞନ କଷ୍ଟମଷ୍ଟେ ମହାନଦୀର ପ୍ରବଳ ସ୍ରୋତ କୁ ଅତିକ୍ରମ କରି ପହଁରିପହଁରି ଧବଳେଶ୍ୱରପଠାରେ ପହଁଚିଯାଇଥିଲେ ମଧ୍ୟ ଆଉ କୁଳକୁ ଫେରିବାକୁ ସାହସ କରିପାରିନଥିଲେ । ଦମକଳବାହିନୀର କର୍ମଚାରୀମାନେ ରତିରଞନକୁ ଧବଳେଶ୍ୱରପଠାରୁ ଉଦ୍ଧାର କରିବାସହ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ତେବେ ମହାନଦୀକୁ ଡେଇଁବାର କାରଣ ସାଙ୍ଗ ସହ ବାଜି ପାଇଁ ହୋଇଥିବାର ବାରଙ୍ଗଦମକଳକେନ୍ଦ୍ରର ଅଧିକାରୀ ରାଜକିଶୋର ଜେନା ଜାଣିବାକୁ ପାଇବା ସହ ଭବିଷ୍ୟତରେ ଜୀବନକୁ ମରଣମୁହଁକୁ ଦେଇ ବାଜି ନଲଗାଇବାର ପରାମର୍ଶ ଦେଇଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment