କଣାସରେ ରିଲିଫ ଦେବାକୁ ଛୁଟିଛି ସୁଅ…

କଣାସରେ ୧୦ଦିନ ପରେ ମଧ୍ୟ ଅବସ୍ତା ସୁଧୁରି ନାହି ,ପାଣିଘେରରେ ଏବେବି ରହିଛନ୍ତି ବହୁ ପରିବାର ,ଦୁର୍ଦିନରେ କାଳତିପାତ କରୁଛନ୍ତି ।୧୦ଦିନ ଧରି ଜଳ ବନ୍ଦି ଭିତରେରହି ନା ସେମାନଙ୍କର ଚୁଲି ଜଳୁଛି ନା ଶାନ୍ତିରେ ମୁଠେ ଖାଇପାରୁଛନ୍ତି,ଏହିଭଳି ସ୍ଥିତିରେ ସାହାଯ୍ୟର ହାତ ବଢାଇଛନ୍ତି ବହୁ ବଦାନ୍ୟ ବ୍ୟକ୍ତି ।ରିଲିଫ ଦେବାକୁ  ସ୍ଵେଚ୍ଛାସେବୀ ,ସ୍ଵେଚ୍ଛାସେବୀଅନୁଷ୍ଠାନ,କେତେକ ସହୃଦୟ ବ୍ୟକ୍ତି ଙ୍କ ସୁଅ ଛୁଟିଛି । 

ଡେଲାଙ୍ଗ ,୬ା୯(ଏସଏସ୍‌ ନିୟୁଜ ) ପୁରୀ ଜିଲ୍ଲା କଣାସ ବ୍ଳକରେ ପାଣ୍ଡିଆକେରା ପଂଚାୟତର ମାଟିଆପଡା ନୂଆସାହି ଠାରେ ଦୟାନଦୀରେ ବନ୍ଧ ଭାଙ୍ଗିବା ଦ୍ୱାରା ୬ଟି ପଂଚାୟତ କ୍ଷତିଗ୍ରସ୍ତ ହୋଇଥିଲା । ସେଥି ମଧ୍ୟରୁ ପାଣ୍ଡିଆକେରା ଓ ବଡପୁଟ ପଂଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଆଜକୁ ୧୦ଦିନ ଧରି ଜଳ ବନ୍ଦି ଭିତରେ ଶହ ଶହ ପରିବାର ରହିଛନ୍ତି । ନା ସେମାନଙ୍କର ଚୁଲି ଜଳୁଛି ନା ଶାନ୍ତିରେ ମୁଠେ ଖାଇପାରୁଛନ୍ତି ,ଶୋଇବା କଥା ନକହିଲେ ଭଲ । ଗୃହପାଳିତ ପଶୁ ପକ୍ଷୀ ଅବସ୍ଥା ଅତି ଅସମ୍ଭାଳ । ସେମାନଙ୍କର କରୁଣ ଚିତ୍କାର ହୃଦୟକୁ ପ୍ରକମ୍ପିତ କରୁଛି । ସେମାନଙ୍କ ଦୁଖଃ କହିଲେ ନସରେ, ସେମାନେ ରାସ୍ତା ଉପରେ ଖୋଲା ଆକାଶ ତଳେ ବିତାଉଛନ୍ତି ଜୀବନ । କଣାସରେ ୧୦ଦିନ ପରେ ମଧ୍ୟ ପାଣିଘେରରେ ଥିବା ପରିବାରଙ୍କ ସ୍ଥିତି ସୁଧିରି ନାହିଁ ।
ରିଲିଫ ଦେବାକୁ ସ୍ୱଚ୍ଛାସେବୀଙ୍କ ସୁଅ ଛୁଟିଛି ।ଏଭଳି ପରିସ୍ଥିତରେ ସରକାରଙ୍କ ରିଲିଫ ସମୁଦ୍ରକୁ ସଙ୍କେଭଳି । ଏହି ପରିସ୍ଥିତିରେ ଜଳବନ୍ଦି ପରିବାରକୁ ମୁହଁରେ ଖାଦ୍ୟ ମୁଠେ ଦେବା ପାଇଁ କିଛି ସ୍ଵେଚ୍ଛାସେବୀ ,ସ୍ଵେଚ୍ଛାସେବୀଅନୁଷ୍ଠାନ,କେତେକ ସହୃଦୟ ବ୍ୟକ୍ତି ପଂହଚି ସେମାନଙ୍କର ସାର୍ମଥ୍ୟ ଅନୁସାରେ ସାହାର୍ଯ୍ୟ କରୁଛନ୍ତି । ଦୈନଦିନ ସ୍ଵେଚ୍ଛାସେବୀମାନେ ଏହି ଅଂଚଳରେ ପଂହଚି ରାନ୍ଧା ଖାଦ୍ୟ,ବିସ୍କୁଟ,ପାଣି ବୋତଲ,ମହବବତୀ,ଦିଆସିଲ୍‌,ବଣ୍ଟନ କରୁଛନ୍ତି । ସେହିପରି ଆଜିମଧ୍ୟ ଭୂବନେଶ୍ୱରରୁ ଆସିଥିବା ସ୍ୱାଚ୍ଛାସେବୀ ପ୍ରିୟବତ ଦାଶ ଓ ରାଜେନ୍ଦ୍ର ମିଶ୍ରଙ୍କ ନେତୃତରେ ଏକ ଟିମ ,ରାଜ୍ୟ ବିଶ୍ୱକର୍ମା ମହାସଙ୍ଘ ସଭାପତି ଗୌତମ ମହାରଣା ନେତୃତରେ ଏକ ଟିମ୍‌, ନବୋଦୟ ଆଂଚଳିକ ସେବା ପ୍ରତିଷ୍ଠାନ କଲ୍ୟାଣପୁରର ମହେଶ୍ୱର ପ୍ରଧାନଙ୍କ ନେତୃତରେ ଏକ ଟିମ୍ , ବିଶ୍ୱ କମ୍ପୁଟର ଏକାଡେମି ତରଫରୁ ଏକ ଟିମ ,ଏ.ଆଇ.ଟି.ୟୁ.ସିର କଣାସ ଶାଖା ତରଫରୁ ସଭାପତି ପ୍ରତିଭା ପରିଡାଙ୍କ ନେତୃତରେ ଏକ ଟିମ୍ ପଂହଚି ଭିନ୍ନ ଭିନ୍ନ ପ୍ରକାର ରାନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପାଣ୍ଡିଆକେରା,ବେହେଣ୍ଟା ,ଗଡବଡଫୁଟ,ଗଡସାନଫୁଟ ,ମାଟିଆପଡା, ନୂଆସାହି,  ଘରଛୁଆ,ଶିମିଳିପାଟଣା,ବାରଦା ବାଦଳପୁର,ଡେଲାଙ୍ଗ ଚାରିପଡା ଆଦି ଗ୍ରାମ ମାନଙ୍କରେ ବଣ୍ଟନ କରିଥିଲେ । ଏହି ଅବସ୍ଥା ଆହୁରି କିଛି ଦିନ ଲାଗି ରହିଲେ ଯେଉଭଲିଭାବେ ଘାସ, ଧାନଗଛ ଗୁଡିକ ପାଣି ପଚି  ପାଣି ଦୁଷିତ ହୋଇ ଦୁର୍ଗନ୍ଧ ବାହାରୁଛି ତାହା ଅନେକ ରୋଗ ସୃଷ୍ଟି ର କାରଣ ସାଜିବ ବୋଲି ଆଶଙ୍କା ଆଶାକରାଯାଉଛି ।(ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ)

Comments (0)
Add Comment