କାଶରୁ ଜଣାପଡ଼ିବ କରୋନା ପଜିଟିଭ କି ନେଗେଟିଭ୍ !

ଭୁବନେଶ୍ୱର୨୩/୭ (ଏସଏସନିୟୁଜ)କାଶରୁ ଜଣାପଡ଼ିବ ବ୍ୟକ୍ତି କରୋନା ପଜିଟିଭ କି ନେଗେଟିଭ୍ ! ମୋବାଇଲ୍ ଆପ୍ ଜରିଆରେ ହେବ ପରୀକ୍ଷଣ,ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଗବେଷଣା ଚାଲିଥିବା ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ନିପି ଓ ଆରଏମଆରସିର ସହଭାଗିତାରେ ଏହି ଗବେଷଣା କରାଯାଉଛି । ନିପି ପକ୍ଷରୁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଉଛି ଯାହା ବିଭିନ୍ନ ପ୍ରକାରର କାଶର ବିଭାଗୀକରଣ କରିବା ସହିତ କେଉଁ ଧରଣର କାଶ କରୋନା ସଂକ୍ରମଣ ଦ୍ବାରା ହେଉଥାଏ ତାହା ସୂଚାଇ ଦେବ।

Comments (0)
Add Comment