କେରଳର ଆଇପିଏସ୍ କେସିଙ୍ଗାର ଏସଡିପିଓ

କେସିଙ୍ଗା,୨୦/୧୧(ଏସଏସନିୟୁଜ) ଆତଙ୍କବାଦ ବିରୋଧୀ ତାଲିମ ଚାନ୍ଦକାରେ ଥିବା SOG କେନ୍ଦ୍ରରେ ଶେଷ ହେବା ପରେ କେରଳର ଆଇପିଏସ୍ ଏସ୍ ସୁଶ୍ରୀ କେସିଙ୍ଗା ସବ୍ ଡିଭିଜନର ଏସଡିପିଓ ଭାବରେ ଦାୟିତ୍ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍ ର ଏହି ଆଇପିଏସ୍ ଅଫିସର ସିଭିଲ ସର୍ଭିସ ପରୀକ୍ଷାରେ ୧୫୧ ପଦବୀ ହାସଲ କରିଥିଲେ।ତାଙ୍କ ଘର କେରଳର କୋଲାମ ସହରରେ ହୋଇଥିବା ବେଳେ ତାଙ୍କ ପିତା ସୁନୀଲ କୁମାର ଜଣେ ଅବସରପ୍ରାପ୍ତ CRPF ଅଧିକାରୀ ଥିଲେ । ଏହାସହିତ ତାମିଲନାଡୁର ଅଭିଲାଶ ଜି ମାଲକାନଗିରିର ଅତିରିକ୍ତ ଏସପି, ଉତ୍ତରପ୍ରଦେଶର ନୀତେଶ ୱାଡୱାନି ଅତିରିକ୍ତ ଏସପି ତାଳଚେର (ଅନୁଗୁଳ)ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବାର ଗୃହବିଭାଗ ପକ୍ଷରୁ ନୋଡିଫି କେସନ ପ୍ରକାସ ପାଇଛି ।ଏହି ତିନିଜଣ ଅଫିସର ଚନ୍ଦକା ଏସଓଜି କ୍ୟାମ୍ପରେ ତାଲିମ ନେଇଥିଲେ ।

 

Comments (0)
Add Comment