କେଶବ ପ୍ରେମ କାହାଣୀରେ ପୂର୍ଣ୍ଣେଛେଦ

ଭୁବନେଶ୍ବର :୧୦/୪(ଏସଏସଏନ୍)  ମୋବାଇଲ୍ ରଙ୍ଗ ନମ୍ବରରୁ ପରସ୍ପରଙ୍କ ଚିହ୍ନା ପରିଚୟ। ପରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠେ ନିବିଡ଼ ସଂମ୍ପର୍କ। କେହି କାହାକୁ ଦେଖା କରିବା ପୂର୍ବରୁ ପ୍ରେମିକା ୧୧ କେଭି ବିଦ୍ୟୁତ୍ ତାର ସଂଯୋଗରେ ଆସି ଏକ ବଡ଼ ଦୁର୍ଘଟଣା ଶିକାର ହୁଅନ୍ତି। ଫଳର ଯୁବତୀ ଜଣଙ୍କ ପୁରା ଶରୀର ପୋଡ଼ିଯାଏ। ଏମିତିକି ତାଙ୍କ ମୁଣ୍ଡ ପଛପାଖ ଖପରୀକୁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡ଼େ। ଏକ ବର୍ଷ ଚିକିତ୍ସା ପରେ ଶରୀରର ବିଭିନ୍ନ ସ୍ଥାନର ଚମଡ଼ା ଲାଗିରହିଥାଏ। ମାତ୍ର କୁଶ୍ଚିତ ଶରୀର ହେବାପରେ ମଧ୍ୟ ଯୁବତୀ ଜଣଙ୍କ ପ୍ରେମିକା କେଶବ ଭୋଇ ତାଙ୍କ ସେବା ଜତ୍ନ ନେଇ ସୁସ୍ଥ୍ୟ କରନ୍ତି। ଶେଷରେ ସେମାନଙ୍କ ପ୍ରେମକୁ ପରିବାରଲୋକଙ୍କ ସିକୃତିମିଳିବାପରେ ଉଭୟଙ୍କ ବିବାହ ହୋଇଥିଲା। ଆଜି ବିବାହର ୫ବର୍ଷ ପରେ ପ୍ରେମିକାରୁ ପତ୍ନୀ ସାଜିଥିବା ନିବେଦିତା ଭୋଇ(୨୩) ଚାଲିଯାଆନ୍ତି ଆର ପାରିକୁ। ଆଉ ସ୍ବାମୀ କେଶବଙ୍କ କୋଳରେ ଛାଡ଼ିଦେଇ ଯାଆନ୍ତି ୨ବର୍ଷର କୁନି ଝିଅକୁ।
ଏପରି ଏକ ପ୍ରେମ କାହାଣୀକୁ ନେଇ ୫ବର୍ଷ ପୂର୍ବେ କଲ୍ୟାଣପୁର ପଞ୍ଚାୟତ କଳାଝରୀ ଓ ଓସ୍ତପଡ଼ା ଅଞ୍ଚଳ‌ରେ ଆଲୋଡ଼ନ ସୃଷ୍ଟିହୋଇଥିଲା। ପ୍ରେମକୁ ଅମର କରିବାନେଇ ନିବେଦିତା ଭଳି ଜଣେ ବିଦ୍ୟାଙ୍ଗ ପାଲଟିଯାଇଥିବା ଯୁବତୀଙ୍କୁ କେଶବ ବିବାହକରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ସେମାନଙ୍କ ଯୋଡ଼ିକୁ ସମସ୍ତେ ପ୍ରକୃତ ପ୍ରେମର ଚିରନ୍ତନ ରୂପଭାବେ ପ୍ରଶଂସା କରୁଥିଲେ। ଏଥି ମଧ୍ୟରେ ସେମାନଙ୍କ ଏକ ଦୁଇ ବର୍ଷର କନ୍ୟା ଜନ୍ମ ହୋଇଛି। ମାତ୍ର ନିବେଦିତା ନିଜ ପୋଡ଼ା ଦେହର ଚିକିତ୍ସା ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ହସ୍ପିଟାଲ୍‌ରେ କରାଉଥିଲେ। ଡ଼ାକ୍ତର ମଧ୍ୟ ତାଙ୍କର ଉତ୍ତମ ସେବା କରିବାପାଇଁ କେଶବକୁ ପରାର୍ମଶ ଦେଇଥିଲେ। ହେଲେ ଗତ କିଛି ଦିନ ହେବ ଶରୀରର ବିଭିନ୍ନ ଅଂଶରେ କ‌ଷ୍ଟ ଅନୁଭବ କରିବା ଓ ଛାତିରେ ଜନ୍ତ୍ରଣା ହେବାରୁ ହଠାତ୍ ଗତକାଲି ରାତି ପ୍ରାୟ ୯ଟା ବେଳେ ବାରଣ୍ଡାରେ ବସିଥିବା ବେଳେ ଟଳିପଡ଼ିଥିଲେ ନିବେଦିତା। ପରିାବର ଲୋକ ପ୍ରଥମେ ଆମ୍ବୁଲାନସ୍ ଯୋଗ କିମସ୍ ଓ ପରେ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀ ବ୍ୟବହାର ଦୃଷ୍ଟିରୁ ଗ୍ରାମରେ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ପାଲଟିଥିବା ବେଳେ ଆଜି ତାଙ୍କ ମୃତ୍ୟୁନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। କେଶବ ନିଜ କୁନି ଝିଅକୁ ଛାତିରେ ଜାବୁଡ଼ି ତା’ର ପ୍ରେମ କାହାଣୀରେ ପୂ‌ର୍ଣ୍ଣେଛେଦ ପଡ଼ିଗଲାବୋଲି କହି ଭୋ ଭ‌ୋ ହୋଇ କାନ୍ଧୁଥିବା ଦେଖି ସମସ୍ତଙ୍କ ଆଖିରେ ଲୁହ ଆପେ ଆପେ ଚାଲିଆସିଥିଲା।

Comments (0)
Add Comment