ଖୋଲିଲା ସୂର୍ଯ୍ୟ ମନ୍ଦିର

ପୁରୀ,୧/୯(ଏସଏସନିୟୁଜ) ଖୋଲିଲା ସୂର୍ଯ୍ୟ ମନ୍ଦିର କୋଣାର୍କ। ଦୀର୍ଘ ସାଢ଼େ ୫ ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିରକୁ ଖୋଲି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି।ଦିନକୁ ମୋଟ ଅଢ଼େଇ ହଜାର ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଦିନ ୧ଟା ମଧ୍ୟରେ ୧୫ଶହ ଏବଂ ଅପରାହ୍ନରେ ହଜାରେ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟ୍‌ରେ ବାରକୋଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ଏସ୍ଓପିକୁ କଡାକଡି ପାଳନ କରାଯିବ।

Comments (0)
Add Comment