କ୍ଷତାକ୍ତ ଚିତ୍ରାହରିଣ ଉଦ୍ଧାର

ବାରଙ୍ଗ,୨୩/୧(ଏସଏସନିୟୁଜ) ଗୁରୁବାର ସକାଳେ ବଛିପୁର ପାଖରୁ ଏକ ଚିତ୍ରାହରିଣକୁ ଜଙ୍ଗଲବିଭାଗ ଉଦ୍ଧାର କରି ସାଙ୍ଗରେ ନେଇଛି ।ଏହି ହରିଣଟି କ୍ଷତାକ୍ତ ହୋଇଥିଲା ।ବଢିଭୋର ସମୟରେ ସ୍ଥାନୀୟ ଗ୍ରାମର କିଛି ଯୁବକ ଶୈାଚପାଇଁ ପୁରୀମେନ କେନଲାକୁ ଆସିଥିବାବେଳେ ହରିଣଟି ବୁଲୁଥିବାର ଦେଖିବାକୁ ପାଇଥିଲେ ।ହରିଣଟିକୁ ଧରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରୁଥିବାବେଳେ ହରିଣଟି ଖସି ବଛିପୁର ଗ୍ରାମ ଆଡେ ଗହିରଗହିରେ ପଳାଇଯାଇଥିଲା ।ଏହାର କିଛି ସମୟପରେ ଏକ ଦଳବଦ୍ଧ କୁକୁର ହରିଣଟିକୁ ଅନୁସରଣ କରି ଆସୁଥିବାର ଦେଖିବାକୁ ପାଇଥିଲେ ।କୁକୁରମାନଙ୍କୁ ଘଉଡାଇବା ସହ ହରିଣଟି କୁକୁରମାନଙ୍କ ଦ୍ୱାରା କ୍ଷତାକ୍ତ ହୋଇ ଜୀବନ ବଂଚାଇବାକୁ ଧାଉଁ ଥିବାର ଯୁବକମାନେ ଅନୁମାନ କରିପାରିଲେ ।ଏହାପରେ ଆଉକିଛି ଯୁବକମାନେ ସଙ୍ଗବଦ୍ଧ ହୋଇ ମିଶି ହରିଣଟିକୁ ଧରିବାକୁ ବଛିପୁର ଗହିରରେ ସକ୍ଷମ ହୋଇଥିଲେ ।ଚନ୍ଦକା ବନାଂଚଳ ଅଧିକାରୀଙ୍କୁ ଖବର ଦେବାପରେ ସେଠାରୁ କର୍ମଚାରୀମାନେ ଆସି କ୍ଷତାକ୍ତ ହରିଣଟିକୁ ସାଙ୍ଗରେ ନେଇ ଯାଇଥିଲେ ।ତେବେ ଏହି ହରିଣଟି ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ବାହରିଆସିଥିବାର ଅନୁମାନ କରିଯାଇଛି ।

Comments (0)
Add Comment