କିଚେନ୍ ଗାର୍ଡେନରେ ଚାରାରୋପଣ

ମେଣ୍ଢାଶାଳ,୨୧/୧୦(ଏସଏସନିୟୁଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ କିଚେନ୍ ଗାର୍ଡେନ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସ୍କୁଲର ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉସ୍‌ବରେ ଶିକ୍ଷକ ଦେବଦତନନ୍ଦ,ପ୍ରସନ୍ନଳୁମାର ମିଶ୍ର,ରାଜକିଶୋର ପୃଷ୍ଟି,ପ୍ରେମ୍‌ସାଗର ହେମ୍ରମ୍‌,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଧି, ପ୍ରଫୁଲ କୁମାରପାତ୍ର ପ୍ରମୁଖ ଯୋଗଦେଇ ଅମୃତଭଣ୍ଡା, ସଜାନ, କଦଳୀ, ବାଇଗଣ ,ଲଙ୍କା,ଅଦା,ପାଳଙ୍ଗସାଗ,କୋଶଳାଶାଗ,ଧନିଆ ଚାରା ରୋପଣ କରିଥିଲେ । ଉସ୍‌ବକୁ ସ୍କୁଲକମିିଟିର ସଭାପତି ଅକ୍ଷୟକୁମାର ପାଣ୍ଡବ, ମୋସ୍କୁଲସଭାପତି ନିଳକଣ୍ଠଣ୍ଟବାରିକ,ସମ୍ପାଦକ ପ୍ରଭାତକୁମାର ରାଉତରାୟ ପରିଚାଳନା କରିଥିଲେ । ଉପ୍ତାଦିତ ପରିବା ସ୍କୁଲଛାତ୍ରଛାତ୍ରୀମାନଙ୍କପାଇଁ ଉପଯୋଗୀ ହେବ ବୋଲି ପ୍ରଧାନଶିକ୍ଷକ ଜେନା କହିଛନ୍ତି । (ମେଣ୍ଢାଶାଳରୁ ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment