କିଡନୀ ସମସ୍ୟାକୁ ଦୁର କରିଥାଏ ତେଜପତ୍ର

ସାଧାରଣତ ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଉପଲବ୍ଧ ଥାଏ ।ଏହା ମସଲାରେ ବ୍ୟବହାର କରାଯାଏ ସତ ହେଲେ ଏଥିରେ ଥିବା ଔଷଧିୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ । ତେଜପତ୍ରରେ ଆଂଟିଅକ୍ସିଡାଂଟ. ମାଙ୍ଗାନିଜ, ପୋଟାସିୟମ,ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣର ରହିଥାଏ ।
ତେଜପତ୍ର ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।ଏହା କେବଳ ତରକାରୀ ବା ଚା ରେ ସ୍ୱାଦ ପାଇଁ ବ୍ୟବହାର କରାଯାଏନାହିଁ । ଅଧିକାଂଶ ଲୋକ ତେଜପତ୍ର ଫାଇଦା ବିଷୟରେ ଜାଣିନଥାନ୍ତି ।ଏହା ଖାଦ୍ୟର ସ୍ୱାଦ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ । ତେଜପତ୍ର ଶରୀରର ଅନେକ ରୋଗ ଦୁରକରେ । ତେବେ ତେଜପତ୍ରର ବିଶେଷ ଫାଇଦା ବିଷୟରେ ଜାଣନ୍ତୁ;-
୧- କିଡନୀ ସମସ୍ୟାକୁ ଦୁର କରିଥାଏ ତେଜପତ୍ର । କିଡନୀରେ ଷ୍ଟୋନ୍ ହୋଇଥିଲେ ତେଜପତ୍ରକୁ ପାଣିରେ ସିଜାଇ ଥଣ୍ଡା କରି ପିଇଲେ ଅନେକ ଲାଭ ମିଳିଥାଏ । ତେଜପତ୍ର ସିଝାଇ ପାଣିରେ ପିଇଲେ ଅନେକ କିଡନୀ ରୋଗ ଦୁର ହୋଇଥାଏ ।
୨- ଅନେକ ଲୋକ ଚା  ରେ ତେଜପତ୍ର ପକାଇ ପିଅନ୍ତି । ହେଲେ ଏହାର ଫାଇଦା ବିଷୟରେ ଜାଣିନାହାନ୍ତି । ଚା ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୁର ହୁଏ । ଏହା ସହ ହଜମ ଶକ୍ତି ମଧ୍ୟ ଭଲ ହୋଇଥାଏ ।
୩- ତେଜପତ୍ରକୁ ଗରମ ପାଣିରେ ପକାଇ ତାର ରସକୁ ପିଇଲେ ଶରୀରକୁ ଅନେକ ଫାଇଦା ହୁଏ । ଏହା  କିଡନୀ ଉପରେ ଖୁବ୍ ଭଲପ୍ରଭାବ ପକାଇଥାଏ । ଏହା ସହ ଗ୍ୟାସ୍,ପେଟ ସମସ୍ୟା ଇତ୍ୟାଦି ରୋଗରୁ ମୁକ୍ତି ମିଳିଥାଏ ।
୪- ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଖାଇବା ବେଶ୍ ଉପକାରୀ ହୋଇଥାଏ ।
୫- ଶରୀରର କୈଣସି ଅଙ୍ଗରେ ଦରଜ ଥିଲେ ବା କଷ୍ଟ ହେଲେ ସେଠାରେ ତେଜପତ୍ର ବାଟି ମାଲିସ୍ କଲେ କଷ୍ଟ କମେ ଓ ଦୁର ହୋଇଥାଏ ।

Comments (0)
Add Comment