ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୨୦ ତାରିଖ ବୁଧବାର। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ୠଷି ପଞ୍ଚମୀ, ଦାହଲୀଳା, ଋଷି ପଞ୍ଚମୀ ବ୍ରତ, ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ, (ନବାନ୍ନ ଉତ୍ସବ)।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୮/୨୬,ସୂର୍ଯ୍ୟାସ୍ତ- ଘ୫/୪୨/୧୦,
ଭାଦ୍ରବମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି- ପଞ୍ଚମୀ ଦିବା ଘ୧/୫୮ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ୧/୫୮ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୧/୫୮ମି ମଧ୍ୟେ ଯାତ୍ରା ଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ନାହିଁ।
ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ଷଷ୍ଠୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ଦିବା ଘ୧୫୮ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୯ମି ରୁ ଘ୧୦/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଶୁଭବେଳା–
ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୭ମି ମଧ୍ୟେ, ଘ୭/୧୫ମି ରୁ ଘ୮/୩ମି ମଧ୍ୟେ, ଘ୧୦/ ୨୭ମି ରୁ ଘ୧୨/୫୧ମି ମଧ୍ୟେ, ରାତ୍ରି ଘ୬/୨୭ମି ରୁ ଘ୭/୧୫ମି ମଧ୍ୟେ, ଘ୮/୫୧ମି ରୁ ଘ୩/୧୫ ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୨୭ମି ରୁ ଘ୭/୧୫ମି ମଧ୍ୟେ, ଘ୧/୩୯ମି ରୁ ଘ୪/୩ମି ପର୍ଯ୍ୟନ୍ତ।ଶୁଭକର୍ମ:- ଦିବା ଘ୩/୨୨ମି ପରେ ୧୭ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ଦେବତା ଗଠନ, ଦୀକ୍ଷାଗ୍ରହଣ, ହୋମାଦି ସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପ ଭୋଗ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ, ହଳପ୍ରବାହ, ବୀଜବପନ, ଅଳଙ୍କାର ଭୂଷଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜ ଦର୍ଶନ, ଅଦ୍ୟ ୧୬ ଓ ୧୭ ନକ୍ଷତ୍ରେ ନବଦୋଳାଦ୍ୟା ରୋହଣ, ନବବସ୍ତ୍ର ପରିଧାନ, ବୃକ୍ଷରୋପଣ, ଅନ୍ନପ୍ରାଶନ, ବାଣିଜ୍ୟକରଣ, ଧାନ୍ୟଚ୍ଛେଦନ।
🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମଫଳଦାୟୀ ଅଟେ। ଖର୍ଚ୍ଚରଚିନ୍ତାରେ ମନ ଅଶାନ୍ତିରହିପାରେ କିନ୍ତୁ ସବୁଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣରଖିବେ, ଅନ୍ୟଥାକ୍ଷତି ହୋଇ ପାରେ। ସହକର୍ମିମାନଙ୍କ ଠାରୁ ଆପଣଙ୍କୁ ଲାଭବାନ ହେବ।
🐮ବୃଷ👉ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
👩‍❤️‍👨ମିଥୁନ👉ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
🦀କର୍କଟ👉ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟରସ୍ରୋତରେ ବୃଦ୍ଧିହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
🦁ସିଂହ👉ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇ ପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସର କାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
🙎‍♀️କନ୍ୟା👉ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
⚖️ତୁଳା👉ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟ କାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
🦂ବିଛା👉ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
🏹ଧନୁ👉ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
🐊ମକର👉ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
🏺କୁମ୍ଭ👉ଆଜି ଆପଣଙ୍କମନ ବହୁତ ସମ୍ବେଦନ ଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
🐟ମୀନ👉ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତି ଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟମା ଯୋଗମାୟା!!

Comments (0)
Add Comment