କୋହଳ ହେଲା ଲକ୍‌ଡାଉନ ନୀୟମ

ଭୁବନେଶ୍ୱର,୧୩/୪(ଏସଏସନିୟୁଜ)ରାଜ୍ୟ ସରକାରଙ୍କ ଏସଆରସି ପ୍ରଦୀପ ଜେନାଙ୍କ ଲକ୍‌ଡାଉନ୍‌ ନେଇ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ  ।ପାନୀୟଜଳ ଯୋଗାଣ କ୍ଷେତ୍ରରେ ଜଡିତ ମରାମତି କାମ ହେବ,ବୋରୱେଲ ଖୋଳା ଓ ମରାମତି କାମ ଜାରି ରହିବ , ବନୀକରଣ କାର୍ଯ୍ୟର ରକ୍ଷଣାବେକ୍ଷଣ କରାଯାଇପାରିବ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କାର୍ଯ୍ୟ କରିପାରିବେ ,ଜିଲ୍ଲାପାଳ ନିଜ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବେ ,ଇ-କମର୍ସ, ଅନଲାଇନ ପ୍ଲାଟଫର୍ମରେ ଲୋକଙ୍କୁ ସେବା ମିଳିବ,ଅନଲାଇନରେ ସାମଗ୍ରୀ ମଗାଇବାକୁ ସରକାରଙ୍କ ଅନୁମତି ,ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରୁ ଖାଦ୍ୟ ମଗାଇପାରିବେ,ହେଲେ ସେଠି ବସି ଖାଇପାରିବେ ନାହିଁ ,ଢାବା ଚାଲୁରହିବ କିନ୍ତୁ ଲୋକେ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି ,ସବୁଠି ସାମାଜିକ ଦୂରତା ରକ୍ଷା କରାଯିବ, ଏଥିରେ ବୁଝାମଣା କରାଯିବନି ,ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣରେ ବାଧା ରହିବ ନାହିଁ , ତାଲାବନ୍ଦ ସମୟରେ ସାମୁଦ୍ରିକ ମାଛ ଧରାରେ କଟକଣା ନାହିଁ ,ଏହା ସହିତ ଜଡିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ,ମାଛ ଜାଲ କାରଖାନା ଗୁଡିକ ଖୋଲା ରହିବ ,କୋହଳ ହୋଇଥିବା ସବୁ କ୍ଷେତ୍ରରେ ମାଲ ପରିବହନ ପାଇଁ ଅନୁମତି, ଗ୍ରାମାଞ୍ଚଳରେ ନରେଗା କାର୍ଯ୍ୟକ୍ରମ ଚାଲୁ ରହିବ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କାମ ଚାଲୁ ହେବ ,ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ-ଟ୍ରାକ୍ଟର ଚଳାଚଳ କରିପାରିବ ,ଲକଡାଉନରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ , ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡିତ ସମସ୍ତ କାର୍ଯ୍ୟ ଚାଲୁ ରହିବ ,ଫୁଡ୍ ପ୍ରୋସେସିଂ, ପ୍ୟାକେଜିଂ କାମ ଚାଲୁ ରହିବ ,ସାର, କୃଷିଯନ୍ତ୍ରପାତି ସହ ଜଡିତ ଦୋକାନ ଖୋଲା ରହିବ ,ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ ,କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ,ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ,ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ। ତେବେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବବୋଲି ଜଣାପଡିଛି ।

 

 

 

 

Comments (0)
Add Comment