କୃଷିରୁଣଯୋଗାଇଦେବାକୁଦାବି

ଡେଲାଙ୍ଗ ,୫/୩(ଏସଏସନିୟୁଜ)ଡେଲାଙ୍ଗ- ପଟ୍ଟନାୟକିଆ ରାସ୍ତାର ଗୁଆଚୌକା ଛକରେ ଥିବା ଷ୍ଟେଟବ୍ୟାଙ୍କ ଆଗରେ ଅଖିଳ ଭାରତ କୃଷକ ମହାସଭା ଓ ବିଭିନ୍ନ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତହୋଇଯାଇଛି। ବିଶେଷ କରି କୃଷିଋଣ ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଗରିବ, ବ୍ୟବସାୟୀ, ଓ କୃଷକ ମାନଙ୍କୁ ତୁରନ୍ତ ଋଣ ଯୋଗାଇ ଦେବାକୁ ଦାବି କରାଯାଇଛି । ବ୍ୟାଙ୍କ କତୃପକ୍ଷ ଯେଉଁ ପରିମାଣର ଏଠାରେ ଋଣ ଦେବା କଥା ସେହିପରି ଋଣ ପ୍ରଦାନ କରାଯାଉ ନାହିଁ । ବ୍ୟାଙ୍କ ଯେଉଁପରି ନୂଆ ଉଦ୍ୟେଗ ମାନଙ୍କୁ ଋଣ ଦେଇ ବ୍ୟବସାୟ ଓ କୃଷି ଭିତ୍ତିକ ଆଗ୍ରହ ପ୍ରକାଶ କରିବା କଥା ତାହା କରାଯାଉନାହିଁ ବୋଲି ଅଶୋକ ପ୍ରଧାନ କହିଛନ୍ତି । ଅନ୍ୟ ପକ୍ଷେ ଉକ୍ତ ବ୍ୟାଙ୍କ ଯେଉଁପରି ମାଣର ଡିପୋଜିଟ ସଂଗ୍ରହ କରାଯାଇଛି ସେହି ଅନୁପାତରେ ଏଠାରେ ଋଣ ଲଗାଇବା କଥା ତାହା ମଧ୍ୟ କରାଯାଉନାହିଁ । ଏଣୁ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଏକ ଋଣ ନେବା ପାଇଁ ଆଗ୍ରହୀ ଯୁବକ, ଯୁବତୀ ମାନଙ୍କ ତାଲିକା ପ୍ରକାଶ ପ୍ରଦାନ କରାଯାଇଛି ଏହା ସହିତ ଅନ୍ୟ ମାନଙ୍କୁ ତୁରନ୍ତ ଋଣ ଯୋଗାଇ ଦେବାକୁ ନିବେଦନ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ କିଷାନ ପଟ୍ଟନାୟକ ଓ ସତ୍ୟମନ୍ୟୁ ପ୍ରଧାନଙ୍କ ସହିତ ଶତାଧିକ ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment