କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ

-ମୂଖ୍ୟମନ୍ତ୍ରୀ

କେନ୍ଦୁଝର,୭।୧୨(ଏସଏସନିଉଜ୍)କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା।ରାଉରକେଲା ଓ କଳିଙ୍ଗ ନଗର ପରି କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ।ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ।କେଉଁଝର ମିନି ଷ୍ଟାଡିୟମଠାରେ ମାତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,୧୮ ମାସ ତଳର ପରିକଳ୍ପନା ଆଜି ସାକାର ହେବାକୁଯାଉଛି।ତାରିଣୀଙ୍କପୀଠକୁ ଏକ ବିଶ୍ଵ ସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢିଉଠିବ।ମନ୍ଦିରର ଦେହୁରୀମାନଙ୍କ ରହିବାପାଇଁ ଗୃହ ନିର୍ମାଣ ହେବ ।ବର୍ଷେ ଭିତରେ ମାତାରିଣୀଙ୍କ ପୀଠର ସମସ୍ତ ଉନ୍ନତିକରଣ କାର୍ଯ୍ୟ ସରିବ। ଏଥିପାଇଁ ରବିବାର ଘଟଗାଁ ତାରିଣୀପୀଠ ପାଇଁ ୩୧୨କୋଟିଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ୩୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପାଖାପାଖି ୬୦ ଏକର ଅଞ୍ଚଳର ବିକାଶ କରାଯିବ।ଓଡ଼ିଶାର ଅର୍ଥନୀତି ବିକାଶରେ କେଉଁଝର ଦୀର୍ଘ ଦଶନ୍ଧି ଧରି ପ୍ରମୁଖ ଭୂମିକା ନେଇଛି। ଏହାଦ୍ୱାରା ଏହି ଅଞ୍ଚଳର ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଘଟିବ। ଏହି କାର୍ଯ୍ୟକ୍ରମରେ ପୂର୍ତ ,ଅବକାରୀ ଓ ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ, ବିଜେପି ସଭାପତି ଶ୍ରୀ ମନମୋହନ ସାମଲ,ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କେଉଁଝର ସାଂସଦ ଅନନ୍ତ ନାୟକ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment