ଲିଲି ପୁଲ ପାଖରୁ ମିଳିଲା ୬ ଫୁଟ ଲମ୍ବର ଢ଼ମଣା ସାପ

ଭୁବନେଶ୍ବର,୨୩/୮ (ଏସ ଏସ ନିୟୁଜ ) ବିଧାନସଭା ରେ ଗେଟ ନଂ ୧ ନିଜଟରେ ଥିବା ଲିଲି ପୁଲ ପାଖରୁ ଏକ ୬ ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର କରା ଯାଇଛି । ସାପଟି ବିଧାନସଭା ପାହାଚ ରୁ ଓହ୍ଲେଇ ଲିଲିପୁଲ ଆଡକୁ ଯିବାର ଜଣେ ସୁରକ୍ଷା କର୍ମୀ ଦେଖିଲେ । ସେ ତାଙ୍କର ସହକର୍ମୀ ଙ୍କୁ ଡାକି ସାପ କୁ ଘଉଡେଇବା ପାଇଁ ଚେଷ୍ଟା କରିବା ବେଳେ ସାପଟି ଲିକିପୁଲ ପାଖରେ ଥିବା ପାହାଚ ଫାଙ୍କରେ ପଶି ରହିଗଲା । ସୁରକ୍ଷା କର୍ମୀଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଲେ । ଜଣେ ସୁରକ୍ଷା କର୍ମୀ ଗୋଟେ ପଟେ ଏକ ପାଇପ ଭର୍ତ୍ତି କରି କେଞ୍ଚିବା ପରେ ସାପ ଟି ଅନ୍ୟ ପଟେ ବାହାରିଥିଲା । ଅନ୍ୟ ଜଣେ ସୁରକ୍ଷା କର୍ମୀଙ୍କ ସହାୟତା ରେ ଶୁଭେନ୍ଦୁ ୬ ଫୁଟ କମ୍ବର ଢ଼ମଣା ଟିକୁ ସ୍ନେକ ହୁକ ସାହାଯ୍ୟ ରେ ବ୍ୟାଗ ରେ ଭର୍ତ୍ତି କରିଥିଲେ । ସାପ ଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି । ଉଲ୍ଲେଖଯୋଗ୍ୟ ଯେ ଲକ ଡାଉନ ଅବଧି ଭିତରେ ବିଧାନସଭା ରେ ସେଇ ସମାନ ଜାଗାରୁ ୨ ବଡ଼ ନାଗ ସାପ ମଧ୍ୟ ଶୁଭେନ୍ଦୁ ସୁରକ୍ଷା କର୍ମୀ ମାନଙ୍କ ସହାୟତା ରେ ଉଦ୍ଧାର କରିଥିଲେ ।

Comments (0)
Add Comment