ଲୋଭ ଯୋଗୁ ଗିରଫ ହେଲେ ଦୁଇ ବନ୍ଧୁ

ଭୁବନେଶ୍ବର,୭/୧୨(ଏସଏସନିୟୁଜ)ବାଟରୁ ପାଇଲେ ଘରକୁ ଆଣିଲେ ।ପେଟି ଭିତରେ ଥିଲା ୯୧ଟି ଫୋନ । ଲୋଭରେ ଦୁଇ ରୁ ତିନି ହଜାରେ ଟଙ୍କାରେ ଫୋନ ପିଛା ବିକିଦେଲେ ୨ ବନ୍ଧୁ। ଦିର୍ଘ୍ ଦେଢବର୍ଷ ପରେ ସହିଦନଗର ଥାନା ପୋଲିସ ଟ୍ରାକ କରି ଅନୁଗୁଳର ଲିପୁନ ଓ ସଞ୍ଜୟ କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି ।୨୦୧୯ ସେପ୍ଟେମ୍ବର ମାସରେ ଏକ କୋରିଅର ସଂସ୍ଥା ପକ୍ଷରୁ ରାଉରକେଲାକୁ ବସ୍ ଯୋଗେ ୩ଟି ପେଟିରେ ଫୋନ ପଠାଯାଇଥିବା ବେଳେ ରାଉରକେଲାରେ ଗୋଟେ ପେଟି ନ ଥିବାର ଜଣାପଡିବା ପରେ ସହିଦନଗର ଥାନା ରେ ଅଭିଯୋଗ କରାଯାଇଥିଲା ।ପୋଲିସ ଟ୍ରାକ କରି ୮୧ଟି ଫୋନ ଜବତ କରିବା ସହ ଏହି ଦୁଇ ବନ୍ଧୁ ଫୋନ ବିକିଥିବାର ଜାଣିବାକୁ ପାଇଥିଲେ ।ଦୁଇ ବନ୍ଧୁ ଙ୍କୁ ପୋଲିସ ଗିରଫ କରିବାପରେ ବାଟରୁ ଫୋନ ପାଇ ଲୋଭରେ ସେଗୁଡିକୁ ବିକିଥିବାର ସ୍ଵୀକାର କରିଥିଲେ ।

Comments (0)
Add Comment