ଲକ୍‌ଡାଉନ ସମୟରେ ଆସ୍‌କା-୪୦ ବିକି ଧରାପଡିଲେ

ଭୁବନେଶ୍ୱର୨୯/୩(ଏସ୍‌ଏସ୍‌ନିୟୁଜ)ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରି ଦୋକାନକୁ ଛାଡିଦେବା ପରେ ଅନ୍ୟ ଦୋକନଗୁଡିକ ବନ୍ଦ ପାଇଁ ସରକାରଙ୍କ ତରଫରୁ କଟକଣା ହୋଇଛି ।ଏହି ସୁଯୋଗରେ ଚାଲିଥିଲା ମଦ ବେପାର ।ଗୋଟେ ନୁହେଁ କି ଦୁଇଟା ନୁହେଁ ପେଟିପେଟି ମଦ ଆସି ଖୋଲାଖୋଲି ଭାବେ ବିକ୍ରି ହେଉଥିଲା । ଜନସାଧାରଣ ଘରୁ ନବାହାରିବା ସହ ସାମାଜିକ ଦୁରତ୍ୱ ରଖିବା ପାଇଁ ସରକାର ପର୍ଯ୍ୟାୟ କ୍ରମେ ପରାମର୍ଶ ଦେଇଚାଲିଛନ୍ତି ।କିନ୍ତୁ ଏଠାରେ ମଦପିଇ ସବୁ ନିୟମକୁ ଲୋକମାନେ ଭୁଲିଯାଉଥିବାର ଖଣ୍ଡଗିରି ପୋଲିସ ପାଖକୁ ଅଭିଯୋଗ ଆସିଥିଲା । ପୋଲିସ ଆଜି ଚଢାଉ କରି ଡୁମଡୁମା ରଘୁନାଥନଗରରୁ ଆସ୍କା-୪୦ ବିକ୍ରି କରୁଥିବା ବେଳେ ଦୁର୍ଯ୍ୟଧନ ଯାଦବ ନାମକ ବ୍ୟକ୍ତିକୁ ଗିରଫ କରିଥିଲେ ।ଯାଦବଠାରୁ ୨୨ କାର୍ଟୁନରେ ଭର୍ତି ୫୫୦ଟି ଆସ୍କା-୪୦ବଟଲ ଜବତ କରିବା ସହ ୨୨୧/୨୦ କେଶନଂରେ ଏକ ମକଦ୍ଦମା ରୁଜୁ କରିଛନ୍ତି ।

Comments (0)
Add Comment