ଲୁଟ୍ ର ଶିକାର ହେଲେ ବ୍ୟବସାୟୀ

ଭୁବନେଶ୍ବର:୧୫/୧୨(ଏସ୍ ଏସ୍ ଏନ୍) ଜଣେ ବ୍ୟବସାୟୀଙ୍କୁ ମାରାଣାତ୍ମକ ଆକ୍ରମଣ କରି  ଲୁଟିନେଲେ ଟଙ୍କା । ଘଟଣା ଘଟିଛି  ବଲାଙ୍ଗିର ବେଲପଡ଼ା କାନୋଟ ବିଦ୍ୟୁତ ଗ୍ରୀଡ ଛକ ନିକଟରେ ।ବ୍ୟବସାୟୀ ଜଣକ ହେଉଛନ୍ତି ନାରାୟଣ ରେଡ୍ଡି  । ସେ ଘରକୁ ଫେରୁଥିବା ସମୟରେ   ୩ବଜଣ ଦୂର୍ବତ୍ତ  ଆକ୍ରମଣ କରି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡିଛି । ଗୁରୁତର ନାରାୟଣ ରେଡ୍ଡି କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରିଖି ।

Comments (0)
Add Comment