ଭୁବନେଶ୍ୱର,୨୫/୧୧-ମାଆମାନେ ଏକାଠି ହୋଇ ସୁଖଦୁଖ ବାଂଟିଲେ । ଭାବ ଜମାଇ ଦୋସ୍ତୀ ବନାଇ ପରେ ଝୋଟି ପ୍ରତିଯୋଗୀତାରେ ଭାଗନେଲ । ପିଲାମାନେ ପାଖରେ ବସି ଏଭଳି ମନୋରମ ଦୃଶ୍ୟ କୁ ମନଭରି ଉପଭୋଗ କରିଥିଲେ । ଏହି ନିଆରା କାର୍ଯ୍ୟକ୍ରମ ବେଲଗଛିଆ ଗ୍ରାମରେ ଥିବା ଶ୍ରୀ ଗଣପତି ବିଦ୍ୟାମନ୍ଦିରରେ ହୋଇଥିଲା ।
ବିଦ୍ୟାଳୟରେ ହେଉଥିବା ବାର୍ଷିକସ୍ ବ ଓ କ୍ରିଡାସବରେ ଅଭିଭାବକମାନଙ୍କର ଲୋଡା ପଡିଥାଏ । ପିଲାମାନଙ୍କଦ୍ୱାରା କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବାପାଇଁ ସେମାନଙ୍କର ଅଭିଭାବକମାନେ ଆଗଭର ହୋଇ ଆସିଥାନ୍ତି । କିନ୍ତୁ ଶ୍ରୀ ଗଣପତିବିଦ୍ୟାମନ୍ଦିର ତରଫରୁ କେବଳ ଅଭିଭାବିକାମାନଙ୍କୁ ଡକାଯାଇଥିଲା । ପ୍ରାୟ ୫୦ରୁ ଉର୍ଦ୍ଧ ମାଆମାନେ ଏଥିରେ ଯୋଗଦେଇଥିଲେ । କିଛିି ସମୟପାଇଁ ସବୁ ମାଆମାନେ ଗୋଟିଏ ଜାଗାରେ ଏକାଠି ହୋଇଥିବାରୁ ଦୋସ୍ତି ବନାଇବାକୁ ପଛାଇନଥିଲେ । ପରିବାରରଠାରୁ ଆରମ୍ଭ କରି ପିଲାମାନଙ୍କ ବିଷୟରେ କଥାବାର୍ତା ହେଲେ ।ଏହାପରେ ବିଦ୍ୟାମନ୍ଦିରତରଫରୁ ମାଆମାନଙ୍କୁ ନେଇ ଝୋଟି ପ୍ରତିଯୋଗୀତା କରାଯିବାକୁ ଘୋଷଣା ହୋଇଥିଲା । ପିଲାମାନେ ସେମାନଙ୍କ ମାଆମାନଙ୍କୁ ଏଥିରେ ଭାଗନେବାକୁ ଜିଦ ଧରିବସିଥିଲେ ।ମାଆମାନଙ୍କ ପାଖରେ ପିଲାମାନେ ବସିବା ପରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ।
ଶାନ୍ତିଫାଉଣ୍ଡେସନର ଅଧକ୍ଷ ଶାନ୍ତିଲତାସାହୁ ଏହି ପ୍ରତିଯୋଗୀତାକୁ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରିଥିଲେ । ସମ୍ପାଦକ ସିତାଂଶୁ କୁମାରସାହୁ ଓ ପ୍ରଧାନଆଚାର୍ଯ୍ୟା ପିଙ୍କିଲତାସାହୁ ଏହାକୁ ପରିଚାଳନା କରିଥିଲେ ।ଶେଷରେ ତିନିଜଣ ପ୍ରତିଯୋଗୀଙ୍କୁ ବିଦ୍ୟାମଦିର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ଜୟନ୍ତିସାହୁ, ନିରୁପମାସାହୁ, ଟିକମଞରୀଆଚାର୍ଯ୍ୟ, ଦିପାମୟୀ ମାଝୀ,ଝିଲୀଘଡେଇ ,ରୋଜାଲିନିସାହୁ, ଝରଣାପ୍ରଧାନ, ତପସ୍ୱିନିସ୍ୱାଇଁ, ସୀମାରାଣୀ ବେହେରା,ଶୁଭଦର୍ଶନୀ ବେହେରା ପ୍ରମୁଖ ବିଚାରକ ହୋଇଥିବା ବେଳେ ପ୍ରତିଯୋଗୀ ଲକ୍ଷ୍ମୀପ୍ରିୟାମହାନ୍ତି, ନମିତାମହାନ୍ତି,ବବିତାପ୍ରଧାନ, ବେବିନାମହାନ୍ତି, ଲକ୍ଷ୍ମୀପ୍ରୟାସିଂ,ଆରତିନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ ଅଭିଭାବିକାମନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପିଲମାନଙ୍କ ମନୋବଲକୁ ଡ଼ୃଢ କରାଈବାରେ ସହାୟକ ସାଜିଥିଲେ ।