ମଧ୍ୟାନ ଭୋଜନରେ ବାହାରିଲା ବୁଢିଆଣୀ: ୩୨ ରୁ ଉର୍ଦ୍ଧ ପିଲା ଅସୁସ୍ଥ

ବାରଙ୍ଗ:୯/୧(ଏସଏସଏନ) ମଧ୍ୟାନ ଭୋଜନରେ ବାହାରିଲା ବୁଢିଆଣୀ । ହେଲେ ଘଟଣାକୁ  ଲୁଚାଉଥିଲେ କର୍ତ୍ତୁପକ୍ଷ । କିନ୍ତୁ ଘଟଣା ଲୁଚିବା ପୂର୍ବରୁ ମଧ୍ୟାନ ଭୋଜନ ଖାଇଥିବା ପିଲାମାନେ ବାନ୍ତି କରିଥିଲେ । ୩ ଜଣ ପିଲା ଗୁରୁତର ହେବା ସହ ୩୨ ରୁ ଉର୍ଦ୍ଧ ପିଲା ଅସୁସ୍ଥ ହୋଇ ତଳେ ଗଡିଥିଲେ । ଏହି ଘଟଣା ଅଭିଭାବକଙ୍କ ନିକଟରେ ପହଁଚିବା ପରେ ଜଣା ପଡିଥିଲା ମଧ୍ୟାନ ଭୋଜନରେ ବୁଢିଆଣୀ ପଡିଥିଲା । ଏହି ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇଥିବା ଜଣାପଡିଥିଲା ।

ଏହି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଷଣ୍ଢପୁର ଅଞ୍ଚଳରେ । ସୂଚନା ମୁତାବକ ,ଷଣ୍ଢପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ ଭୋଜନ ସବୁଦିନ ଭଳି ଆଜି ମଧ୍ୟ ପ୍ରସ୍ତୁତି ହୋଇଥିଲା ।ହେଲେ ରୋଷେଇ ବେଳେ ବଡ ବୁଢିଆଣୀ ଖାଦ୍ୟରେ ପଡିଥିଲା ।ହେଲେ ଏହି ଘଟଣା ଲୁଚାଇ ମଧ୍ୟାନ ସମୟରେ ଛାତ୍ରଛାତ୍ରି ମାନଙ୍କୁ ଖାଇବାକୁ ଦେଇଥିଲେ ସ୍କୁଲ କର୍ତ୍ତୁପକ୍ଷ । ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ପିଲାମାନେ ବାନ୍ତି କରିବା ଆରମ୍ଭ କରିଥିଲେ । ପିଲାମାନେ ଅସୁସ୍ଥଥିବା ଅଭିଭାବକ ଜାଣିବା ପରେ ସ୍କୁଲକୁ ଆସିଥିଲେ । ଅଭିଭାବକମାନେ ସ୍କୁଲର ସିଆରସିସି ଙ୍କୁ ଅଟକ ରଖିବା ସହ ପିଲାମାନଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନା ନେଇଥିବା ବେଳେ ସ୍କୁଲରେ ଚାପାଉତ୍ତେଜନା ଦେଖିବାକୁ ମିଳିଛି ।

Comments (0)
Add Comment