ଚାକିରିର ପ୍ରଲୋଭନ ଦେଖାଇ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ,ଥାନାରେ ଅଭିଯୋଗ ,ପୋଲିସର ତନାଘନା

ଚନ୍ଦକା ; ୯/୭(ଏସ୍‌ଏସ୍‌ଏନ୍‌) ଜଣେ ବିବାହିତ ମହିଳାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି । ଏନେଇ ମହିଳା ଜଣକ ଗୁରୁବାର ଦିନ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି । ଏଭିଯୋଗ ପରେ ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ମୁତାବକ , ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ହରେକୃଷ୍ନପୁର ଗ୍ରାମର ଜୈନିକ ବିବାହିତ ମହିଳା ରୁବିନା(ଛଦ୍ନନାମ) ଙ୍କୁ ସୋମବାର ସନ୍ଧ୍ୟା ସମୟରେ ଜଟଣୀଥାନା ଅର୍ନ୍ତଗତ ଅରିଶଲ ଗ୍ରାମର ପ୍ରଶାନ୍ତକୁମାର ଜେନା ନାମକ ବ୍ୟକ୍ତି ଛତାବର ପାଖରେ ଥିବା ଏକ ଘରୋଇ ଇଂଞିନିୟରିଂ କଲେଜରେ ଚାକିରି କରାଇଦେବାକୁ କହି ମହିଳାଙ୍କୁ ଡାକିଥିଲେ ।ମହିଳାଜଣଙ୍କ ତାଙ୍କ ପୁଅକୁ ସାଙ୍ଗରେ ନେଇ ଆସିଥିବାବେଳେ ମହିଳାଜଣଙ୍କୁ ଶିକ୍ଷାନୁଷ୍ଠାନ ଭିତରକୁ ଛଡାଯାଇଥିଲା ।ପୁଅକୁ ବାହାରେ ଛିଡା କରି ମହିଳାଜଣଙ୍କ ଭିତରକୁ ଯାଇଥିଲେ ।ପ୍ରଶାନ୍ତ ମହିଳାଙ୍କୁ ତିନିମହଲାକୁ ଡାକିନେଇ ଏକ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜବରଦସ୍ଥ ଧର୍ଷଣ କରିବା ସହ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇ ଥିବାର ଥାନାରେ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ଦର୍ଶାଇଛନ୍ତି । ତେବେ ଘଟଣା ପରେ ମହିଳା ସେଠାରୁ ଘରକୁ ଆସିବାପରେ ମାନସିକ ଦୁସ୍ଥିନ୍ତା ସହ ଶାରରିକ ଅସୁସ୍ଥତା ଅନୁଭବ କରିବାପରେ ବୁଧବାରଦିନ ପୁଅକୁ ଘଟଣା ବିଷୟରେ ଜଣାଇଥିଲେ ।ପୋଲିସ ଅଭିଯୋଗ ପାଇବାପରେ ୧୨୦/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ତନାଘନା ଜାରିରଖିଛି ।

Comments (0)
Add Comment