ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ

ମାଲକାନଗିରି,୧୬/ ୮( ଏସ ଏସ ନିୟୁଜ ) ଗତ ୫ ଦିନ ହେବ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ପାଙ୍ଗମ ନଦୀର ଜଳ ସ୍ତର ବଢିବାରେ ଲାଗିଛି । ବ୍ରିଜ ଉପରେ ୩ ଫୁଟ ର ଜଳ ପ୍ରଭାବିତ ହେଉଥିବାରୁ ମାଲକାନଗିରି ରୁ ଜୟପୁର କୁ ଯୋଗାଯୋଗ ବିଛିନ୍ନ ହୋଇଛି।

ସେପଟେ ୩୨୬ ନମ୍ବର ଜାତୀୟ ରାଜପଥ ଥିବା କାଲିମେଳା ରାସ୍ତା କାଙ୍ଗୁରୁକୋଣ୍ଡା ପୋଲ ଉପରେ ମଧ୍ୟ ୪/୫ ଫୁଟ ର ପାଣି ପ୍ରଭାବିତ ହେଉଛି ।ଏହା ଦ୍ଵାରା ମାଲକାନଗିରି ଜିଲ୍ଲା କୁ ଯୋଗାଯୋଗ ବିଛିନ୍ନ ହୋଇଛି ।(ମାଲକାନଗିରିରୁ ବାଦଲ ବିଶ୍ଵଳ ଙ୍କ ରିପୋର୍ଟ )

 

Comments (0)
Add Comment