ମାଲକାନଗିରିରେ ପ୍ଲାଜମା ଦାନ କରିବାକୁ ମନ୍ତ୍ରୀଙ୍କର ଆହ୍ୱାନ

ମାଲକାନାଗିରି,୩୧/୭(ଏସ୍‌.ଏସ୍‌.ନିୟୁଜ)ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପ୍ଲାଜମା ଦାନ କରିବା ନିମନ୍ତେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ।ଯାହାଦ୍ୱରା ଜଟିଳ କୋଭିଡ ରୋଗୀଙ୍କର ଜୀବନ ବଂଚାଇବାରେ ସହାୟକ ହୋଇପାରିବ ।ଏହାକୁ ଉସ୍‌ାହିତ କରବାପାଇଁ ଓ ପ୍ଲାଜମା ଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାଦାୟିତ୍ୱରେ ଥିବା କ୍ରିଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନାଗିରି ଗ୍ରସ୍ଥ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦାନ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ସୁସ୍ଥ ହୋଇ ପ୍ଲାଜମା ଦାନ କରିବାକୁ ଇକ୍ଟ୍ରୁକ ବ୍ୟକ୍ତି ଏକ ମେଡିକାଲ ଟିମ୍ ଦ୍ୱାରା ଚିହ୍ନଟ କରି ସେମାନଙ୍କ ସହ ଯୋଗାଯୋଗ ରଖିବାକୁ ମନ୍ତ୍ରୀ ବୈଠଳରେ ପରାମର୍ଶ ଦେଇଛନ୍ତି ।ଏହାସହିତ ଉପସ୍ଥିତ ବିଧାୟକମାନେ ନିଜନିଜ ବିଧାନସଭା କ୍ଷେତ୍ରରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବାକୁ ଉସ୍‌ାହିତ କରିବାକୁ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
ପ୍ଲାଜମା ହେଉଛି ରକ୍ତର ଏକ ଅଂଶ,ଯାହା ଜଣେ ଆକ୍ରାନ୍ତଙ୍କ ସ୍ୱାବ ନମୁନା ସଂଗ୍ରହର ୨୮ଦିନ ପରେ ସଂଗ୍ରହ କରାଯାଇପାରିବ ।ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଙ୍କ ବୟସ ୧୮ରୁ୬୦ବର୍ଷ ହୋଇଥିବା ସହ ସେମାନେ ମଧୁମେହ,ଏଚଆଇଭିଏଡେସ୍‌,ହେପାଟାଇସ,କିଡନି,ହୃଦଘାତ ଆଦି ଜଟିଳ ରୋଗ ନଥିବା ଆବଶ୍ୟକ ।ଏହି ଜିଲ୍ଲାରେ ୩୩୦ଜଣ କରାନୋ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବାବେଳେ ୪୬ଜଣ ପ୍ଲାଜମା ଦେବାକୁ ସିକୃତି ଦେଇଛନ୍ତି ।ସେମାନଙ୍କ ମଧ୍ୟରୁ ୭ଜଣଙ୍କ ସହ ମନ୍ତ୍ରୀ ବୈଠଳରେ ଆଲୋଚନା କରିବାସହ ଅନ୍ୟମାନଙ୍କପାଇଁ ସେମାନେ ଆଦର୍ଶବୋଲି ସେମାନଙ୍କୁ ପ୍ରଶଂସା କରିବା ସହ ଅନ୍ୟମାନେ ପ୍ଲାଜମା ଦାନକରିବାକୁ ଆଗେଇଆସିବାକୁ ଆହ୍ୱାନ ଦେଇଥିଲେ । ବୈଠକ ପରେ ମନ୍ତ୍ରୀ କଲ୍ୟାଣମଣ୍ଡପରେ ଚାଲୁଥିବା କୋଭିଡ ସେଟଂରକୁ ପରିଦର୍ଶନ କରିବାସହ ଉତମ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ ।ଏହି ବୈଠକରେ ମାଲକାନଗିରି ବିଧାୟକ ଆଦିତ୍ୟମାଢୀ,ଜିଲ୍ଲାପରିଷଦଅଧକ୍ଷ ଦଶରଥପଡିଆମୀ,ସ୍ୱତନ୍ତ୍ରବିକାଶ ପରିଷଦର ଅଧକ୍ଷ ମାନଓ ମାଡକାମୀ,ଜିଲ୍ଲାପାଳ ମନୀଷ ଅଗ୍ରଓାଲ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ,ପ୍ରକଳ୍ପନିର୍ଦ୍ଦେଶକ ଡାଲମୁକୁନ୍ଦ ଭୁୟାଁ,ଉପ-ଜିଲ୍ଲାପଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିସ୍‌ାଧିକାରୀ ମିଶ୍ର,ଜିଲ୍ଲା ସୁଚନା ଓ ଲୋକସର୍ମ୍ପକ ଅଧିକାରୀ ଦିଲିପଚନ୍ଦ୍ରସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment