ମାନଗୋବିନ୍ଦ ମହାସୁପକାରଙ୍କ ପରଲୋକ

ଭୁବନେଶ୍ବର ,୨୭/୮(ଏସଏସନିୟୁଜ )ବ୍ରାହ୍ମଣ ନିଯୋଗର ବରିଷ୍ଠ ସେବାୟତ ତଥା ଅନନ୍ତ ବାସୁଦେବ ମନ୍ଦିରର ପ୍ରମୁଖ ସେବାୟତ ମାନଗୋବିନ୍ଦ ମହାସୁପକାରଙ୍କ ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ । ଶ୍ରୀ ମହାସୁପକାର ଜଣେ ସୁ ଲେଖକ ଥିଲେ । ଏକାମ୍ର କ୍ଷେତ୍ରର ପ୍ରାଚୀନ ମନ୍ଦିର ଗୁଡିକ ଉପରେ ଗବେଷଣା କରି ଅନେକ ପୁସ୍ତକ ଲେଖିଥିଲେ । ନିକଟ ଅତୀତରେ ରଥଯାତ୍ରା ସମୟରେ ତ୍ରିଭୁବନେଶ୍ବର ନାମକ ପୁସ୍ତକ ପ୍ରକାଶ ପାଇଥିଲା।ସେ ଶିକ୍ଷକ ଭାବେ ଚାକିରି କରିନଥିଲେ ମଧ୍ୟ ପୁରୁଣା ଭୁବନେଶ୍ବରରେ ଥିବା ସୁଭଦ୍ରା ମହତାବ ବାଳିକା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ପିଲାଙ୍କୁ ପାଠ ପଢାଉଥିଲେ। ଜଣେ ବୟସ୍କ ଲେଖକ ଭାବେ ସାହିତ୍ୟ ଏକାଡେମୀରୁ ସମ୍ମାନୀତ ହୋଇଥିଲେ।ମ୍ୟୁଜିୟମରେ ପୋଥି ପଢିବା ଓ ଉତାରିବାରେ ସାହାଯ୍ୟ କରୁଥିଲେ ।କେଦାର ନାଥ ଗବେଷଣା ପ୍ରତିଷ୍ଠାନରୁ ସଂସ୍କୃତରେ ଏକାମ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।ପଣ୍ଡିତ ଶିକ୍ଷକ ଭାବେ କେଦାରଗୌରୀ କ୍ଲବ ତରଫରୁ ସମ୍ମାନିତ ହୋଇଥିଲେ ।

Comments (0)
Add Comment