ମାଙ୍କଡ ତଡିବାକୁ ଡିଏଫଓଙ୍କୁ ଅନୁରୋଧ କଲେ ଗ୍ରାମବାସୀ

ବାରଙ୍ଗ.୧୮/୧(ଏସ୍‌ଏସ୍‌ନିୟୁଜ) ବାରଙ୍ଗବ୍ଲକର ଚଣ୍ଡିପ୍ରସାଦ ଗ୍ରାମ । ଗ୍ରାମର ପରିବାର ସଂଖ୍ୟା ଦୁଇଶହ ।ଏମାନଙ୍କ ମଧ୍ୟରୁ ନବେଭାଗ ଲୋକ ପନିପରିବା ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଂଟାଉଥାନ୍ତି । ବାରଙ୍ଗ ପରିବା ମାର୍କେଟରେ ପରିବା ଯେଗାଇବାରେ ଏହି ଗ୍ରାମର ଚାଷୀମାନଙ୍କର ପ୍ରମୁଖ ଭୁମିକା ରହିଛି । ତେବେ ଏବେ ବାଧକ ସାଜିବାକୁ ଯାଉଛନ୍ତି ହନୁ ଓ ପାତି ମାଙ୍କଡ । ଗୋଟେଦିଟା ନିହେଁ ୧୫୦ରୁ ଉର୍ଦ୍ଧ ମାଙ୍କଡଙ୍କର ବାସସ୍ଥାନ ପାଲଟିଛି ଚଣ୍ଡପ୍ରସାଦ ଗ୍ରାମ ।ଏହି ମାଙ୍କଡମାନଙ୍କ ଦୃଷ୍ଟି ପନିପରିବା ଚାଷଉପରେ ପଡିଛି । ଖାଇବା ସହ ନଷ୍ଟ ମଧ୍ୟ କରିଦେଉଛନ୍ତି । ଯାହାକୁ ନେଇ ଏବେ ଚିକ୍ତାରେ ପରିବା ଚାଷୀ । ମାଙ୍କଡକୁ ତଡିବେ ନଚେତ ପନିପରିବା ଚାଷକୁ ଛାଡିବେ । ଯଦି ପନିପରିବା ଚାଷକୁ ଛାଡିବେ ତେବେ କେଉଁଭଳିଭାବେ ପରିବାର ଚଳାଇବେ ତାହା ସେମାନଙ୍କ ପାଖରେ ପ୍ରଶ୍ନାବଚୀ ସୃଷ୍ଟି କରିଛି । ବ୍ୟାଙ୍କରୁ ରୁଣ ଆଣି କରିଥିବା ପନିପରିବା ଚାଷରେ ପାରିଶ୍ରମିକ ତୁଳନାରେ ଆୟରେ ବାଧକ ମାଙ୍କଡ ସାଜିଥିବାରୁ ମାଙ୍କଡକୁ ତଡିବା ପାଇଁ କ୍ଷେତରେ ପାଲିକରି ଜଗୁଛନ୍ତି । ମାଙ୍କଡମାନଙ୍କର ସଂଖ୍ୟା ଆଶାତିତଭାବେ ବୃଦ୍ଧି ଘଟୁଥିବାରୁ ଆମଦାନୀରେ ବାଧକ ସାଜିଛି । କେବଳ ଏତିକି ନୁହେଁ ପଥଚାରୀମାନଙ୍କୁ ଆକ୍ରମଣ କରି ଖଣ୍ଡିଆଖାବରା କରିବା ନିତିଦିନିଆ କଥା ହୋଇଗଲାଣି । ଘର ମଧ୍ୟକୁ ପଶି ଳାଦୟପଦାର୍ଥ ଖାଇବାକୁ ପଛାଉନାହାନ୍ତି । ସ୍କୁଲପିଲାମାନେ ଯାହାଫଳରେ ସ୍କୁଲକୁ ଯିବାକୁ ନିରାପଦ ମଣୁନାହାନ୍ତିା । ତୁରନ୍ତ ମାଙ୍କଡମାନଙ୍କୁ ତଡିବାକୁ କଟକ ବନାଚଂଳ ଡିଏଫଓଙ୍କୁ ଗ୍ରାମବାସୀମାନେ ଅନୁରୋଧ କରିଥିବାର ଜଣାପଡିଛି ।

Comments (0)
Add Comment