ମାଓବାଦୀଙ୍କ ପାଇଁ ଓଡିଶା ପୁଲିସର ସହୃଦୟତା

ମାଲକାନାଗିରି,୨୮/୧୧(ଏସ୍‌ଏସ୍‌ନିୟୁଜ)ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଓଡିଶା ପୁଲିସର ଏସ.ଓ,ଜି ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଘଟଣାରେ ଜଣେ ମାଓବାଦୀ ପୁଲିସ ଗୁଳିରେ ଆଘାତପ୍ରାପ୍ତ ହେବାପରେ ଘଟଣାସ୍ଥଳରୁ ତାକୁ ଏସ.ଓ.ଜି ଯବାନଙ୍କଦ୍ୱାରା ସ୍ତାନାନ୍ତର କରାଯାଇଥିଲା ।ତାଙ୍କୁ ତତ୍‌କାଳ ୧୫୦କି.ମି ଦୁର ମାଲକାନାଗିରି ସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିସ୍‌ା ସେବା ପ୍ରଦାନ କରାଯାଇଥିଲା । ୧୫୦କି.ମିର ଏହି ଦୀର୍ଘ ଯାତ୍ରାକୁ ପୁଲିସର ଯବାନମାନେ କିଛିବାଟ ପାଦରେ ଚାଲିକରି,କିଛିବାଟ ଦୁଇଚକିଆରେ ଏବଂ କିଛିବାଟ ୪ଚକିଆ ଗାଡରେ ବୋହିକରି ଆଣିଥିଲେ ।ଏହି ଆଘାତପ୍ରାପ୍ତ ମାଓବାଦୀଙ୍କୁ ଉପଯୁତ ଚିକିସ୍‌ାସେବା ପ୍ରଦାନ କରାଯିବାପରେ ସେ ବର୍ତମାନ ବିପଦମୁକ୍ତ ଅଛନ୍ତି ।ଯଦିବା ସେ ପୁଲିସ ଉପରକୁ ଗୁଳିଚାଳନା କରି ପୁଲିସ ବଳକୁ ମାରିବାକୁ ଚେଷ୍ଟା କରିଥିଲେ ।ତଥାପି ଏସ.ଓ,ଜି ଦଳ ଓ ଓଡିଶା ପୁଲିସ ତାକୁ ଧରିବାପରେ ତାଙ୍କୁ ବଂଚାଇବାକୁ କାର୍ଯ୍ୟ କରି ସଫଳ ହୋଇଥିଲେ ।ଏହି ମହାନ କାର୍ଯ୍ୟ ମାଧ୍ୟମରେ ଓଡିଶା ପୁଲିସ ତାର ସହୃଦୟତା ଏବଂ ପେଷାଗତ ଉକ୍ତର୍ଷତାର ପରିପ୍ରକାଶ କରିଥିଲେ ।

Comments (0)
Add Comment