ମରିବି ଅମର ରହିଲେ ରାଜଲକ୍ଷ୍ମୀ

ଡେଲାଙ୍ଗ ,୫/୩(ଏସଏସନିୟୁଜ) ଡେଲାଙ୍ଗ ବ୍ଳକର ପଟନପୁର ଗ୍ରାମର ରାଜଲକ୍ଷ୍ମୀ ଦାଶ ( ୪୭) ବର୍ଷ ଏକ ସଡକ ଦୁର୍ଘଟଣାରେ ଗୁରୁତରଆହତ ହୋଇଥିଲେ । ତାଙ୍କୁ ଭୁବନେଶ୍ୱର ବେସରକାରୀ ହାଇଟେକ ମେଡିକାଲରେ ଚିକିତ୍ସା ହେଉଥିଲେ । ମାତ୍ର ତାଙ୍କଅବସ୍ଥା ସେଠାରେ ଚିକିତ୍ସା ହେବା ସମୟରେ ଅଧିକ ବିଗିଡି ଯାଇଥିଲା । ଏପରିକି ବୁଧବାର ସକାଳୁ ତାଙ୍କ ବ୍ରେନଡେଡ ସ୍ଥିତିକୁପଳାଇ ଯାଇଥିଲା । ଏହା ଜାଣିବା ପରେ ରାଜଲକ୍ଷ୍ମୀଙ୍କ ପରିବାର ଲୋକମାନେ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମେଡିକାଲ କର୍ତ୍ତୁପକ୍ଷ ତୁରନ୍ତ ଏ ସମ୍ପର୍କରେ ସଟୋ ନୋଡାଲ ଅଧିକାରୀ ପ୍ରଫେସର ଚିତ୍ତ ରଞ୍ଜନ କରଙ୍କ ସହଆଲେଚନା କରିଥିଲେ । ବିଧିବଦ୍ଧ ଭାବେ ବ୍ରେନଡେଡ ଘୋଷଣା କରାଯିବା ପରେ ତାଙ୍କର କିଡନି ଏସସିବି ଓ ଆପୋଲମେଡିକାଲରେ ଦୁଇଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ରାଜଲକ୍ଷ୍ମୀଙ୍କ ମୃତଶରୀର ତାଙ୍କ ନିଜସ୍ୱ ଗ୍ରାମ ପଟଣପୁରକୁ ଅଣାଯିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବା ସହ ପରିବାରଙ୍କୁ ସାଧୁବାଦ ଜଣାଇଛନ୍ତି । ଶେଷରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Comments (0)
Add Comment