ମସ୍କୋରୁ ଆସିଲା ଆଶ୍ୱସ୍ତିକର ଖବର

ଖବର ଆଜିର ,ତାରିଖ ୧୩/୦୭/୨୦,ସୋମବାର
୧-ମସ୍କୋରୁ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ପ୍ରଥମ କରୋନା ଟୀକାର କ୍ଲିନିକାଲ ଟ୍ରାଏଲ ସଫଳ । ଟୀକାର ପରୀକ୍ଷଣ ସଫଳ ହୋଇଥିବା ଦାବି କଲା ରୁଷର ଏକ ଡାକ୍ତରୀ ବିଶ୍ୱବିଦ୍ୟାଳୟ । ଟିକା ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ହୋଇଥିବା ସୂଚନା ।
୨-ମଧ୍ୟପ୍ରଦେଶ ରାସ୍ତାରେ ରାଜସ୍ଥାନ । ରାଜନୀତିରେ ହଲଚଲ, ସରକାର ବଂଚାଇବାକୁ ସମସ୍ତ ବିଧାୟକଙ୍କୁ ଜୟପୁର ଡାକିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ସମର୍ଥକଙ୍କ ସହ ଦିଲ୍ଲୀରେ ଡେରା ପକାଇଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।
୩-ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଶୟାରୀଙ୍କ ବାସଭବନରେ କାର୍ଯ୍କାକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡ଼ିଛି।
୪-ବିଗ୍‍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହେବା ପରେ ଏବେ ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ ଓ ତାଙ୍କ ୮ ବର୍ଷୀୟ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
୫-ବସ ଚଳାଚଳ ଉପରେ ପୁଣି କଟକଣା ଜାରି କଲା ପ୍ରଶାସନ:କନ୍ଧମାଳ ଜିଲ୍ଲାକୁ ଆସିବ ନାହିଁ କି ଯିବ ନାହିଁ
୬-ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ।
୭-ରବିବାର ରାଜ୍ୟରେ ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ।ରାଜ୍ୟରେ ଆଜି ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନାରୁ ୮,୭୫୦ ସୁସ୍ଥ ହେଲେଣି।
୮-ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ।
୯-ଏଣିକି ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ହେବ ବାଧ୍ୟତାମୂଳକ, ସଡକ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶ।
୧୦-ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ୱେଷ୍ଟଇଣ୍ଡିଜ୍।
୧୧-ଭାରତୀୟ ସେନା ଆମେରିକା ପାଖରୁ ୭୨,୦୦୦ ସିଗ୍ ୭୧୬ ରାଇଫଲ କିଣିବାକୁ ଯାଉଛି।

Comments (0)
Add Comment