ମାତିଲେ ଚେନ ଲୁଟେରା

ଭୁବନେଶ୍ୱର,୧୭/୧୨(ଏସ୍‌ଏସ୍‌ନିୟୁଜ)ପୁଣି ରାଜଧାନୀରେ ମାତିଲେ ଚେନ୍ ଲୁଟେରା ।ଦିନ ଦିହିପହରେ ବାଇକରେ ବସି ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ନେଇ ଫେରାର ହୋଇଯାଇଥିଲେ ।ହେଲେ ମହିଳାଜଣଙ୍କ ବାଇକରୁ ଛିଟିକି ରାସ୍ତା ମଝିରେ ପଡିଯାଇଥିଲେ ।ବାଇକରେ ଥିବା ତାଙ୍କ ସ୍ୱାମୀ ଓ ଛୋଟଝିଅ ଗାଡିରୁ ପଡି ଖଣ୍ଡିଆଖାବରା ହୋଇ ଯାଇଥିଲେ ।ଏହି ଘଟଣା ଗୁରୁବାରଦିନ ସାଢେ୧୨ଟା ସମୟରେ ରାଜଭବନ ସାମ୍ନା ରାସ୍ତାରେ ଘଟିଛି । ମଚେଂଶ୍ୱର ଥାନା ଅର୍ନ୍ତଗତ ଟାଙ୍ଗିବନ୍ତ ଗ୍ରାମର ନିର୍ମଳା ସାହୁ ନାମକ ମହିଳା ତାଙ୍କ ସ୍ୱାମୀ ନାରାୟଣସାହୁ ଙ୍କ ସହ ବାଇକରେ ଛୋଟ ଝିଅ ନିର୍ବିଘା୍ନ କୁ ସାଙ୍ଗରେ ନେଇ ମାର୍କେଟ ଯାଉଥିଲେ ।ଗଭର୍ଣର ହାଉସ ପାଖ ରାସ୍ତାରେ ପହଁଚିବା ବେଳକୁ ପଛପଟରୁ ଏକ ଆକ୍ଟିଭାରେ ହେଲମେଂଟ ପିନ୍ଧିଥିବା ଜଣେ ଯୁବକ ଆସି ନିର୍ମଳା ଙ୍କ ବେକରେ ପକାଇଥିବା ୭୫ହଜାରେ ଟଙ୍କାର ସୁନା ଚେନ୍‌କୁ ଛିଣ୍ଡାଇ ନେଇ ପଳାଇଯାଇଥିଲେ । ଚେନ୍ ଲୁଟେରା ସିନା ଚାଲିଗଲେ ,ହେଲେ ନିର୍ମଳା ରାସ୍ତାମଝିରେ ପଡିଯାଇ ଖଣ୍ଡିଆଖାବରା ହୋଇଥିଲେ ।ବାଇକଟି ମଧ୍ୟ ଭାରସମ୍ୟ ହରାଇ ତଳେ ପଡିଯାଇଥିଲା ।ଏବିଷୟରେ ନାରାୟଣ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ଏହି ଲୁଟେରାକୁ ପୋଲିସ କେବେ କାବୁ କରୁଛି ।

Comments (0)
Add Comment