ମାଟ୍ରିକ୍ ଖାତା ଦେଖା ଆଜି ନିଆଯିବ ନିଷ୍ପତ୍ତି

ସଂକ୍ଷେପରେ ଆଜିର ଖବର,ତାରିଖ ୦୯/୦୫/୨୦, ଶନିବାର
୧-ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା ସଙ୍ଗରୋଧ ଅବଧି,ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ଓ ଘରେ ସଙ୍ଗରୋଧ ରହିବେ ୭ ଦିନ।
୨-ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡିଶା ଆସିପାରିବେ ପ୍ରବାସୀ ଶ୍ରମିକ।
୩-ଆଜି ବୋର୍ଡର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, କେବେ ହେବ ମାଟ୍ରିକ୍ ଖାତା ଦେଖା ନିଆଯିବ ନିଷ୍ପତ୍ତି।
୪-ଶିକ୍ଷା କ୍ଷେତ୍ରରେ କରୋନା ମାଡ; କ୍ୟାରିଅରକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।
୫-ରଥନିର୍ମାଣ କରୁଥିବା ବିଶ୍ୱକର୍ମାଙ୍କର ହେବ କରୋନା ଟେଷ୍ଟ, ବଡଦାଣ୍ଡର ୨୦୦ଫୁଟ ନିଷିଦ୍ଧାଞ୍ଚଳ ଭିତରେ ହେବ ରଥକାମ।
୬-ଅନ୍ଲାଇନ୍ରେ ‘ଜୁମାଟୋ’ ଏବଂ ‘ସ୍ୱିଗୀ’ ମାଧ୍ୟମରେ ଉପଲବ୍ଧ ହେବ ଓଟିଡିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ।
୭-ଭୁବନେଶ୍ୱର:ଡେଲିଭରି ବୟ କରୋନା ସଂକ୍ରମିତ ହେବା ଖବର ଆସିବା ପରେ ରାଜଧାନୀରେ ଏବେ ବିରିଆନି ଆତଙ୍କ।
୮-ଗଞ୍ଜାମ:ସମସ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ।
୯-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର। ମାସ୍କ ପିନ୍ଧି, ସାମାଜିକ ଦୂରତ୍ବ ରଖି , ଅଭିଭାବକ ସ୍କୁଲରୁ ବହି ନେବେ।
୧୦-ଜୁଲାଇ ପହିଲାରୁ ୧୫ ଭିତରେ ହେବ ବାକିଥିବା ଉଈଝଋ ଦଶମ ଓ ଦ୍ୱାଦଶ ପରୀକ୍ଷା।
୧୧-ଏସବିଆଇ ପରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଲୋନ୍ ହେଲା ଶସ୍ତା, ୦.୧୫ ପ୍ରତିଶତ କମିଲା ସୁଧ ହାର।
୧୨-ସ୍କୁଲ ପିଲାଙ୍କ ପାଇଁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଯୋଜନା: ଅଯୁଗ୍ମ ତାରିଖରେ ଅଯୁଗ୍ମ ରୋଲ ନଂ ଥିବା ପିଲା ଆସିବେ ସ୍କୁଲ, ସେହିଭଳି ଯୁଗ୍ମ ତାରିଖରେ ଆସିବେ ଯୁଗ୍ମ ରୋଲ ନଂ ଥିବା ପିଲା: ରାଜ୍ୟ ସରକାର ଚାହିଁଲେ ସଂଶୋଧନ କରି ଲାଗୁ କରିପାରିବେ।
୧୩-ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ଉପରେ ଫ୍ୟାକ୍ଟ୍ରି ମାଲିକଙ୍କ ଗୁଣ୍ଡାରାଜ: ଖାଇବାକୁ ମାଗିବାରୁ ଶ୍ରମିକଙ୍କୁ ଗୋଡାଇ ଗୋଡାଇ ପିଟିଲେ କମ୍ପାନୀ ସିକ୍ୟୁରିଟି; ୪ମହିଳା ଓ ଦୁଇ ପୁରୁଷ ଗୁରୁତର।
୧୪-କରୋନା ମୁକ୍ତି ନିମନ୍ତେ ହ୍ବାଇଟ୍ ହାଉସରେ ଶାନ୍ତିପାଠ କରାଇଲେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ।

Comments (0)
Add Comment