ମହନୀୟତା ଦେଖାଇଲେ ବାରଙ୍ଗ ପ୍ରେସକ୍ଲବର ସଦସ୍ୟ

ବାରଙ୍ଗ,୩/୧୨(ଏସଏସନିୟୁଜ) ସାମ୍ବାଦିକଙ୍କ ମହନୀୟତା ଯୋଗୁଁ ଟଙ୍କା ଭର୍ତି ବ୍ୟାଗ୍ ଓ ମୋବାଇଲ ଫେରିପାଇଲ ମହିଳା।ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ।ଘଟଣାରୁ ପ୍ରକାଶ ଯେ ଗୁରୁବାର ଦିନ ବାରଙ୍ଗ ପ୍ରେସକ୍ଲବ ର ସଦସ୍ୟ ତଥା ବାରଙ୍ଗ ଅଞ୍ଚଳର ସାମ୍ବାଦିକ ଦୁଷ୍ମନ୍ତ କୁମାର ଜେନା ଗୁରୁବାର ଦିନ ଖବର ସଂଗ୍ରହ ନେଇ ନନ୍ଦନକାନନ ଯାଇଥିଲେ।ପ୍ରାଣୀ ଉଦ୍ୟାନର ବୋଟ ଘାଟ ପାଖରେ ଏକ ଭ୍ୟାନିଟ ବ୍ୟାଗ୍ ଥିବାର ଦେଖିବାକୁ ପାଇଥିଲେ।ଏ ବିଷୟରେ ଜେନା ଉକ୍ତ ବ୍ୟାଗ୍ ଟିକୁ ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।ପରେ ପ୍ରାଣୀ ଉଦ୍ୟାନର ମୁଖ୍ୟ ଗେଟ୍ ରେ ଥିବା ସୁରକ୍ଷା ଅଧିକାରୀ ଉକ୍ତ ବ୍ୟଗଟିକୁ ଯାଞ୍ଚ କରିଥିଲେ। ଯାଞ୍ଚରୁ ତାହା ଡ଼ମଣା ଅଞ୍ଚଳର ପ୍ରଭାତୀ ସାହୁ ଓ ତାଙ୍କ ସ୍ଵାମୀ ଦିପ୍ତିରଞ୍ଜନ ସାହୁଙ୍କର ବୋଲି ଜଣାପଡିଥିଲା।ପରେ ତାଙ୍କୁ ଯୋଗାଯୋଗ କରିବାରୁ ସେମାନେ ଆସି ସେଠାରେ ପହଞ୍ଚିଥିଲେ।ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସେଥିରେ ଥିବା ସମସ୍ତ ଜିନିଷ ପତ୍ର,ଟଙ୍କା ଓ ମୋବାଇଲ କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।ଏହି ଘଟଣାକୁ ଜେନାଙ୍କୁ ଉଭୟ ଦମ୍ପତି ସାଧୁବାଦ୍ ଜଣାଇଥିଲେ।(ବାରଙ୍ଗରୁ ଗୌତମରାଉତଙ୍କ ରିପୋର୍ଟ)

Comments (0)
Add Comment