ମୋବାଇଲ ଚୋର ଗ୍ୟାଙ୍ଗ ଧରାପଡିଲା

ଭୁବନେଶ୍ବର୩/୧(ଏସ ଏସ ନିୟୁଜ)ପୁଣି ଧରା ପଡ଼ିଲେ ମୋବାଇଲ ଚୋର ଗ୍ୟାଙ୍ଗ।ଲକ୍ଷ୍ମୀସାଗର ଥାନା ପୋଲିସ ସେମାନଙ୍କ ଠାରୁ ୧୦୩ଟି ମୋବାଇଲ ଫୋନ ଜବତ କରି ୩ଜଣଙ୍କୁ ଗିରଫ କରିଛି। ଗତ ୩୧ତାରିଖରେ କଳ୍ପନା ଛକରେ ଠିଆ ହୋଇଥିବା ପ୍ରଭାକର ଗୋଏ ନକା ନାମକ ବ୍ୟକ୍ତି ଙ୍କଠାରୁ ତାଙ୍କ ଆଇ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।ଲଷ୍ମୀସାଗର ଥାନାପୋଲିସ ତଦନ୍ତ କରି ଚୋରି ଆଇ ଫୋନ ଚିନ୍ତାମଣିଶ୍ୱର ମାଛ ମାର୍କେଟ ପାଖ ଭଡାଘରୁ ଜବତ କରିଥିବା ବେଳେ ସେଠାରୁ ୧୦୩ଟି ମୋବାଇଲ ଜବତ କରିବା ସହ ତିନିଜଣ ଙ୍କୁ ଗିରଫ କରିଥିଲା।

 

Comments (0)
Add Comment