ମୋତେ ଯେତେ ମାଠିବୁ ମାଠ…

ସଂକ୍ଷେପରେ ଖବର ଆଜିର ତାରିଖ ୦୧/୦୫/୨୦, ଶୁକ୍ରବାର ,ଆଜି ଶ୍ରମିକ ଦିବସ
୧-May ୪ରୁ June ୧୬ ଯାଏଁ ହ୍ୱାଟ୍ସଆପ୍‌ରେ ପାଠ ପଢ଼ିବେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ।
୨-ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ; ଛୁଇଁଲାଣି ସାଢ଼େ ୧୦ଲକ୍ଷ, ୪.୭୫ଲକ୍ଷ କେବଳ ଶ୍ରମିକ।
୩-Ugc ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ : ଅରୁଣ ସାହୁ
୪-କରୋନା ମହାମାରୀ ପାଇଁ ଲକ୍ ଡାଉନ ଓ ସଟ୍ ଡାଉନ୍ ପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, କିଟ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ରେ କରୋନା ବିଷୟରେ ସଚେତନତା କରାଇବା ସହିତ ସେମାନଙ୍କର ପାଠପଢ଼ା,ମୈ।ଖିକ ପରୀକ୍ଷା, ସେମିଷ୍ଟର ପରୀକ୍ଷା ତଥା ବିଭିନ୍ନ କର୍ମଶାଳା ଇତ୍ୟାଦି ଜୁମ ଆପ ,ହ୍ୱାଟ୍ସଆପ୍ ଓ କିଟ୍ ମଡ୍ୟୁଲ ମାଧ୍ୟମରେ ସମ୍ପାଦନା କରାଯାଉଅଛି, ଯେଉଁଥିପାଇଁ କି ସମଗ୍ର ଭାରତବର୍ଷରେ କିଟ୍ ବିଶ୍ୱବିଦ୍ୟାଳୟର ସ୍ଥାନ ସ୍ଵତନ୍ତ୍ର ଓ ଅନନ୍ୟ। Login at kiitee.kiit.ac.in
୫-ଲକ୍‌ଡାଉନ୍‌ରେ ବୋହାଲ ହେଲାଣି ବାରିକମାନଙ୍କର ଆର୍ଥିକ ପରିସ୍ଥିତି, କଟକ ଜିଲ୍ଲାପାଳଙ୍କୁ ଚାରି ଦଫା ଦାବିପତ୍ର କଲେ ପ୍ରଦାନ।
୬-ଭୁବନେଶ୍ୱର:କରୋନା ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ଖୋଲିବ ନାହିଁ ଅଫିସ୍।
୭-ରାଜକନିକା: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।
୮-ଭୁବନେଶ୍ୱର: ସୁରଟ କ୍ଵାରାଣ୍ଟାଇନରେ ରହିଲେ : କୋଟାରୁ ଆସୁଛନ୍ତି ଛାତ୍ରଛାତ୍ରୀ, ତାମିଲନାଡୁରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ହେଲା ଆଲୋଚନା।
୯-ମୋତେ ଯେତେ ମାଠିବୁ ମାଠ… ଲକଡାଉନ୍ ବେଳେ ଚାଲିଥିଲା ଗୃହ ପ୍ରବେଶ ଭୋଜି, ମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମୋହନା ତହସିଲଦାର।
୧୦-ଅମାନିଆଙ୍କୁ ନିସ୍ତାର ନାହିଁ,ସାମାଜିକ ଦୂରତା ଭାଙ୍ଗିଲେ ଏବେ ୫୦୦ ଟଙ୍କା ଫାଇନ।
୧୧-ପରଲୋକରେ ବଲିଉଡର ଭେଟେରାନ ଅଭିନେତା ଋଷି କପୁର , ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ।
୧୨-ଅର୍ଥନୀତିକୁ ତ୍ବରିତ କରିବାକୁ ପ୍ରୟାସ ; ୬୬୦୦ ନୂଆ ନିଯୁକ୍ତି ଦେବ କୋଲ ଇଣ୍ଡିଆ,୧୦୦୦ ଶ୍ରମିକଙ୍କୁ ବି ନିଯୁକ୍ତି ଦେବାକୁ ଯୋଜନା।
୧୩-କରୋନା କାରଣରୁ ସଙ୍କଟରେ ବିଶ୍ୱର ୩୦.୫ କୋଟି ଲୋକମାନଙ୍କ ଚାକିରୀ, ସତର୍କ କରାଇଲା ବିଶ୍ୱ ଶ୍ରମ ସଙ୍ଗଠନ।

Comments (0)
Add Comment