ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ

ଭୁବନେଶ୍ବର,୨୭/୮(ଏସ ଏସ ନିୟୁଜ)ବୁଧବାର ବିଳମ୍ବିତ ରାତିରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲକୋ ଛକରେ ଘଟିଛି । ନାଲକୋ ଛକରେ ଦୁଇଟି କାର OD33Y3649 ଓ OD02AA8100 ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ମର୍ମନ୍ତୁଦ ଦୁର୍ଘଟଣାରେ ନିଳାଦ୍ରୀବିହାର ଅଞ୍ଚଳର ଘନଶ୍ୟାମ ଦାସଙ୍କ ମା ଓ ଡ୍ରାଇଭର ସମେତ ତାର ଦୁଇ ସହଯୋଗୀ ମୃତ୍ୟୁ ବରଣ କରିଥିବାବେଳେ ଘନଶ୍ୟାମ ଦାସ ଓ ତାଙ୍କ ପତ୍ନୀ ଅଲ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଏପଟେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।

Comments (0)
Add Comment