ନଦୀ ରୁ ମିଳିଲା ଶିଶୁକନ୍ୟାର ମୃତଦେହ

ବରଗଡ଼ ,୨୮/୮(ଏସ ଏସ ନିୟୁଜ ) ବନ୍ୟାଜଳ ଦେଖିବାକୁ ଯାଇ ପୋଲ ଉପରୁ ଖସି ପଡ଼ି ଖରସ୍ରୋତ ରେ ଏକ ୪ବର୍ଷର ଶିଶୁକନ୍ୟା ଭାସି ଯାଇଥିବା ବେଳେ ଆଜି ସକାଳୁ ଉଦ୍ଧାର ହୋଇଥିବା ଜଣାପଡିଛି।ବରଗଡ଼ ବ୍ଲକ ଜମୁର୍ର୍ଡ଼ା ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇ ପୋଲ ଛିଡାହୋଇଥିବାବେଳେ ଉପରୁ ଖସି ପଡ଼ିଥିଲେ ୪ବର୍ଷର ଶିଶୁକନ୍ୟା ।ଶିଶୁ କନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି.ପୋଡ୍ଡିରାଜୁଙ୍କ ଝିଅ ଗିରିଜା ହର୍ଷିନୀ ୪ବର୍ଷ ବୋଲି ଜଣାପଡିଛି ।ଖବର ପାଇ ବରଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦନ୍ତା ନଦୀରେ ଖୋଜାଖୋଜି କରୁଥିଲେ ମଧ୍ୟ ସନ୍ଧାନ ପାଇପାରିନଥିବାବେଳେ ଶୁକ୍ରବାର ସକାଳେ ଶିଶୁଟିର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

Comments (0)
Add Comment