ନନ୍ଦନକାନନ ବୁଲିଲେ ସୁରଭି ପିଲା

ଭୁବନେଶ୍ୱର , ୧୫/୧୧ – ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସୁରଭି -୨୦୧୯ । ଏଥିରେ ଭାଗନେଇଛନ୍ତି ୨ହଜାର ଛାତ୍ରଛାତ୍ରୀ । ରାଜ୍ୟର ବିଭିର୍ଣ ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଆସି ଭୁବନେଶ୍ୱର ୟୁନିଟ -୯ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଛନ୍ତି । ୩ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ସଂଗୀତ, ଚିତ୍ରାଙ୍କନ ଆଦି ବିଭିର୍ଣ ପ୍ରତିଯୋଗୀତା କରାଯିବ । ସିନିୟର ଓ ଜୁନିୟର ବିଭାଗରେ ସେମାନଙ୍କର ପ୍ରତଭାକୁ ବଛାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ । ସୁରଭିରେ ଭାଗନେବାକୁ ଆସିଥିବା ପିଲାମାନେ ବିଭିର୍ଣ ପର୍ଯ୍ୟଟନସ୍ଥାନ ପରିଭ୍ରମଣର ସୁଯୋଗ ଏହି ଅବସରରେ ପାଇଛନ୍ତି । ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀଙ୍କ ନେତୃତ୍ୱରେ ଶୁକ୍ରବାରଦିନ ୧୭ଶହ ଛାତ୍ରଛାତ୍ରୀ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସରିସୃପ ଉଦ୍ୟାନରେ ରହୁଥିବା ଆନ୍ନାକୁଣ୍ଡା ହିଁ ପିଲାମାନଙ୍କ ପାଇଁ ଆକର୍ଷଣ ସାଜିଥିଲା । ବହୁ ଉସ୍ଚୁକତା ର ସହ ପିଲାମାନେ ଜିରାଫ୍, ବାଘ, ସିଂହ, ଭାଲୁ ଓ ସିମ୍ପାଜି ଆଦି ଜୀବଜନ୍ତୁ ଦେଖି ମଜା ଉଠାଇଥିଲେ । ନିମ୍ନମାଧ୍ୟମିକ ଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ସୁପ୍ରଭା ହାଜରା, କେଦାର ନାଥ ଆଚାର୍ଯ୍ୟ, କ୍ରୀଡା ଶକ୍ଷକ ପ୍ରମୋଦ କୁମାର ରାଉତ, ଦେବରାଜ ଦାସ, ଶିକ୍ଷକ ସୁରେନ୍ଦ୍ର ରେଡି, ସଦାଶିବ ବରାଳ, ଅଭଭିମନ୍ୟୁ ସାହୁ, ତୈଲକ୍ୟ ପାତ୍ର ପ୍ରମୁଖ ୨ଶହରୁ ଊର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Comments (0)
Add Comment