ନିଳମ୍ବନ ହେଲେ ଦୁଇ ସରପଂଚ ଜଣେ ବିଡିଓ

ଭୁବନେଶ୍ୱର,୨/୧୨ – ଜଣେ ବିଡିଓ ଏବଂ ଦୁଇଜଣ ସରପଂଚକୁ ରାଜ୍ୟସରକାର ଆଜି ନିଲମ୍ବନ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୁଚନାଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପଜେନା କହିଛନ୍ତିଯେ,ବୈ।ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡିଓ ରବିନ୍ଦ୍ରକୁମାର ଶତପଥି,ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ କେଦାରପୁର ଜିପି ସରପଂଚ ଅଭିମନ୍ୟୁ ଜେନା ଏବଂ ଗଞାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଜିପି ସରପଂଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି ।
ବିଡିଓ ଶ୍ରୀ ଶତପଥିଙ୍କୁ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂର୍ପକରେ ଜାରି ମାର୍ଗଦର୍ଶକା ପାଳନ ନକରିବା ଏବଂ ଦୁର୍ନୀତିକୁ ପ୍ରୋସାହିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ସେହପରି ସରପଂଚ ଅଭିମନ୍ୟୁ ଜେନା ଆର୍ଥିକ ଅନିୟମିତତା ଓ ସରପଂଚ ଉସାନ୍ତ ସାହୁ ବେଆଇନ ଆୟବହିର୍ଭୁତ ସଂମ୍ପତି ଠୁଳ କରିବା ନିମନ୍ତେ ନଲମ୍ବନ କରାଗଲା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Comments (0)
Add Comment