ନିଶା ନେଲା ଯୁବକର ଜୀବନ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)ନିଶା ନେଲା ଯୁବକର ଜୀବନ । ନିଶା ପାଇଁ ଜଣେ ଯୁବକ କୁ ଆମ୍‌ହତ୍ୟା କରିବାକୁ ପଡିବା ଭଳି ଏକ ଘଟଣା ରାଜଧାନୀ ଉପକଣ୍ଠଣ୍ଟରେ ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ଯୁବକ ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଗ୍ରାମର ଦିଗନ୍ତ (ସିକୁ)ମହାନ୍ତି (୩୦) । ଗତକାଲି ରାତିରେ ବାକି ପରିଶୋଧ ପାଇଁ ଘରେ ଅଧିକପରିମାଣର ଅର୍ଥ ଦାବୀ କରିଥିଲା ,କିନ୍ତୁ ଘରର ଚଳିବା ପରିସ୍ଥିତିକୁ ଦେଖି ତାଙ୍କ ପରିବାର ଲୋକ ବାଧ୍ୟ ହୋଇ କିଛି ଅର୍ଥ ଯୋଗାଡକରି ସିପୁ ଦେଇଥିଲେ । ଏହି ଅର୍ଥ ଆଣି ସିକୁ ଜଣେ ନିଶା ବ୍ୟବସାୟୀକୁ ଦେଇଥିବାର ଚର୍ଚ୍ଚା ଯୋର ଧରିଛି ।ତେବେ ଗତକାଲି ରାତିରେ ସିକୁ ଘରକୁ ଫେରନିଥିଲେ ।

ବିଳମ୍ଭିତ ରାତି ପର୍ଯ୍ୟନ୍ତ ପରିବାର ଲୋକ ସିକୁ କୁ ଖୋଜିଥିଲେ ମଧ୍ୟ ପାଇନଥିଲେ ।ବୁଧବାର ସକାଳେ ପଦାସାହି-ନନ୍ଦନକାନନ ରାସ୍ତା କଡରେ ଥିବା ନିଜ ବିଲପାଖ ବଗିଚାର ଆମ୍ବ ଗଛରେ ରଶି ଲଗାଇ ଝୁଲୁଥିବାର ସ୍ଥାନୀୟ ଗ୍ରାମର କିଛି ଯୁବକ ଶୈାଚ ପାଇଁ ଯାଇଥିବାବେଳେ ଦେଖିବାକୁ ପାଇଥିଲେ ।ଏହି ଖବର ପ୍ରଚାରିତ ହେବାପରେ ଝୁଲନ୍ତା ମୃତ୍ୟୁଦେହକୁ ପରିବାର ଲୋକ ଆସି ଦେଖିଥିଲେ ।ଖବର ପାଇ ନନ୍ଦନକାନନ ଥାନା ଅଧିକାରି ବିଶ୍ୱରଞନ ସେନାପତି ୮/୨୦କେଶନଂରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇଛନ୍ତି ।ତେବେ ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ସେନାପତି କହିଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment