ନନ୍ଦନକାନନ-ମରିଗଲା ନା ମାରିଦେଲେ!

ଚାଲିଗଲା ଦେଢ଼ବର୍ଷ ବିଲୁଆଛୁଆର ଜୀବନ

ଭୁବନେଶ୍ଵର,୩୦।୧୦(ଏସଏସନିଉଜ) ଗତ କିଛିଦିନ ବ୍ୟବଧାନପରେ ପୁଣି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖାଦେଲାଣି ଜନ୍ତୁମଡକ ।ଦିନକୁ ଦିନ ଗୋଟିଏପରେ ଗୋଟିଏ ବିରଳଜନ୍ତୁ ଆଖିବୁଜୁଛନ୍ତି ।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷଣବେକ୍ଷଣ ଅଭାବ ନା ରୋଗଚିହ୍ନିବାରେ ବିଫଳ ହେଉଛନ୍ତି କି ପଶୁଚିକିତ୍ସକ, ଯାହାକୁନେଇ ପଶୁପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରକାଶଯେ, ଗୁରୁବାର ସକାଳେ ନନ୍ଦନକାନନର ଡ଼ାକ୍ତରଖାନାରେ ଆୟୁସିୟୁ ଭିତରେ ରହି ଚିକିତ୍ସାଧୀନ ଥିବା ଗୋଟିଏ ଦେଢ଼ବର୍ଷର ମାଈବିଲୁଆ ଛୁଆର ମୃତ୍ୟୁ ଘଟିଛି।ବିଲୁଆଛୁଆଟି ବୁଧବାର ଅସୁସ୍ଥ ହୋଇପଡ଼ିବାରୁ ତାକୁ ଖୁଆଡ଼ରୁ ଡାକ୍ତରଖାନାକୁ ଅଣାଯାଇଥିଲା।ଏଠାକୁ ଆସିବାପରେ ଡାକ୍ତରମାନେଆଇସିୟୁରେ ରଖି ଛୁଆଟିର ଚିକିତ୍ସା ଆରମ୍ଭ କରିଥିଲେ ।କିନ୍ତୁ ଗୁରୁବାର ସକାଳେ ବିଲୁଆ ଛୁଆଟି ମରିପଡ଼ିଥିବାର୍ ଆୟୁସିୟୁ ଖୋଲିବା ପରେ ଦେଖିବାକୁ ମିଳିଛି।ସେହିଭଳିଭାବେ ୮ତାରିଖରେ ୧୨ନମ୍ୱର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜରଙ୍ଗ ମାକାଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ଏହି ପ୍ରଜାତି ବଂଶ ନନ୍ଦନକାନନରୁ ଲୋପ ପାଇଯାଇଥିଲା।୧୪ତାରିଖରେ ଏକଅଣ୍ଡିରା ହାଏନାଛୁଆ ଓ ୨୯ତାରିଖରେ ୪ମାସର ମାଇକୁଟୁରା ଛୁଆ ମୃତ୍ୟୁବରଣ କରିଛି।ଏହି ଘଟଣାପରେ ଡ଼ାକ୍ତରମାନେ ରୋଗଚିହ୍ନଟ କରିବାରେ ବିଫଳ ହେଉଛନ୍ତିବୋଲି ଚର୍ଚ୍ଚା ଜୋର୍ ଧରିଛି।

Comments (0)
Add Comment