ପାଳିଲେ ଜାତୀୟ ଏକତା ଦିବସ

ଡେଲାଙ୍ଗ,୧/୧୧(ଏସ ଏସ ନିୟୁଜ) ଡେଲାଙ୍ଗ ବ୍ଳକ ର ବରକେରା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖା ମଣ୍ଡପରେ ପ୍ରତିମୂର୍ତ୍ତିରେ ମାଲ୍ରାର୍ପଣ କରିଥିଲେ ।କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ଅଖଣ୍ଡ ଭାରତ ର ଜାତୀୟ ଏକତା ଉପରେ ଏକ ଶପଥ ପାଠ କରାଇଥିଲେ । ଏହି ଅବସରରେ ମହୀୟସି ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଧିରାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିନ କରିବା ସହ ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ  ଜିବନୀ ଉପରେ ଆଲେଚନା କରିଥିଲେ । ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ର ମାନେ  ଉପସ୍ଥିତ ଥିଲେ ।

 

Comments (0)
Add Comment