ପଞ୍ଚାୟତ ନିର୍ବାଚନକୁ ନେଇ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ) ପଞ୍ଚାୟତ ନିର୍ବାଚନକୁ ନେଇ ଖୁବଶୀଘ୍ର ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।ଗତଥର ଅପେକ୍ଷା ଏଥର ୱାର୍ଡ ସଂଖ୍ୟା କମିଛି ଓ ଭୋଟର ସଂଖ୍ୟା ବଢ଼ିଛି । ଏଥର ୨ କୋଟି ୬୩ ଲକ୍ଷ ଭୋଟର ଭୋଟ ଦେବେ ବୋଲି କହିଛନ୍ତି।

Comments (0)
Add Comment