ପାଣି ଘେରରେ ୩ ପଂଚାୟତର ୧୨ ଗ୍ରାମ

ଡେଲାଙ୍ଗ୧/୯(ଏସ୍‌.ଏସ୍‌.ନିୟୁଜ)ଡେଲାଙ୍ଗ ବ୍ଲକ ଦେଇ ପ୍ରବାହିତ ଦୟା ଓ ଲୁଣା ନଦୀରେ ବନ୍ୟାଜଳ ଆସିବା ଦ୍ୱ।ରା ୩ ଟି ପଂଚାୟତର ୧୨ ଗ୍ରାମରେ ପାଣି ପଶିଯିବାରୁ ଯାତାୟତରେ ବ୍ୟାହାତ ସୃଷ୍ଟି ହୋଇଛି । ଶହଶହ ଏକର ଧାନ ଚାଷ ଜମିରେ ବୁଡିଯାଇଛି । ଦୟାନଦୀର ଏକ କାଜରୁ ପାଣି ଆଶି ଡେଲାଙ୍ଗ ବ୍ଲକର ଚାଇଁପୁର,ସିଂହବ୍ରହ୍ମପୁର ଓ ସୁଜନପୁର ପଂଚାୟତର ୧୨ ଖଣ୍ଡ ଗ୍ରାମରେ ପାଣି ପଶିଯିବାରୁ ଲୋକେ ଜଳବନ୍ଦିରେ ରହିବା ସହିତ ଗମନାଗମନ ଠପ ହୋଇଯାଇଛି ।ଚାଇଁପୁର ପଂଚାୟତର ସଡାଙ୍ଗୋଇ, ଦନାପଡା,ରତାପଡା, ଗୋରଡାପିଢି, ମାର୍ଥା,ଚାଇଁପୁର, କାଜୁଆପଡା ନାୟକ ସାହି ,ନୂଆସାହି , ସିଂହବ୍ରହ୍ମପୁର ପଂଚାୟତର ମଳିଗାଁ,ତଇଲାସାହି ଓ ସୁଜନପୁର ପଂଚାୟତର ପଟଣପୁର ,ସାତିକପୁର,ରତନପୁର ପ୍ରଭୃତି ଗ୍ରାମ ଗୁଡିକ ପାଣି ଘେରରେ ରହିଥିବା ବେଳେ ଶହଶହ ହେକ୍ଟର ଧାନକ୍ଷେତ ପାଣିରେ ବୁଡି ନଷ୍ଟ ହୋଇଯାଇଛି । ପାଣିର ବେଗ ଏହି ଭଳି ରହିଲେ ରାତ୍ର ଅନେକ ପଂଚାୟତ ବୁଡିବାର ସମ୍ଭାବନା ରହିଛି । ବନ୍ୟାପରିସ୍ଥିତିକୁ ମୁକାବିଲା କରିବା ପାଇଁ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ, ଚାଇଁପୁର ସରପଂଚ ପଦ୍ୟୁମ୍ନ ପରିଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଜଳମଗ୍ନ ହୋଇରହିଥିବା ଗ୍ରାମ ଗୁଡିକୁ ବୁଲି ଦେଖିଥିଲେ । ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେବାସହିତ ପଂଚାୟତକୁ ଡଙ୍ଗା ଯୋଗଇଦେବା ପାଇଁ ସରପଂଚ ଶ୍ରୀ ପରିଡା ତହସିଦାରଙ୍କୁ ନିବେଦନ କରିଛନ୍ତି । ପାଣି ଘେରରେ ଥିବା ପରିବାରକୁ ସ୍କୁଲ କିମ୍ବା ଆଶ୍ରୟସ୍ଥକୁ ତୁରନ୍ତ ଉଠାଇବା ପାଇଁ ସରପଂଚଙ୍କୁ କହିଥିଲେ । ଚାଇଁପୁର ପଂଚାୟତର ସଡାଙ୍ଗୋଇ ଓ ନୂଆଗାଁ ରାସ୍ତାରେ ୪ ଫୁଟର ପାଣି ଚାଲିବା ଯୋଗୁ ନୂଆସାହି ସଡାଙ୍ଗୋଇ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସେହିପରି କିାଳୁପଡା-ଚାଇଁପୁର ରାସ୍ତା,ମୋଟରୀ -ନୂଆଗାଁ ରାସ୍ତା ,ନୂଆଗାଁ- ତଇଲାସାହି ରାସ୍ତା ଉପରଦେଇ ୩ ଫୁଟର ପାଣି ପ୍ରବାହିତ ହେବାହେଉଛି । ସୁଜନପୁର ପଂଚାୟତର ଡେଲାଙ୍ଗ ହାଟ ବଜାର ଠାରୁ ପଟଣପୁର,ରତନପୁର ଗ୍ରାମକୁ ଯାଇଥିବା ରାସ୍ତାରେ ୫ ଫୁଟର ପାଣି ପ୍ରବାହିତ ହେଉଛି ।

Comments (0)
Add Comment