ପରଲୋକ ରେ ଆଲବମ୍ କୁଇନ୍ ଦୀପା

ଭୁବନେଶ୍ଵର :୨୭/୭(ଏସଏସଏନ) ପରଲୋକରେ ଆଲବମ କୁଇନ୍ ଦୀପା ସାହୁ। ସେ ଗତ କିଛି ଦିନ​ ହେବ କ୍ୟାନସର ରୋଗରେ ପୀଡିତ ହୋଇ ଭୁବନେଶ୍ଵର କ୍ୟାପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ଦୀପାଙ୍କ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।ତେବେ ସେ ବିଭିନ୍ନ ଆଲବମ ସହ ଚଳଚିତ୍ର ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।

Comments (0)
Add Comment