ପର୍ଯ୍ୟଟକଙ୍କ ପାଇଁ ବନ୍ଦ ସୂର୍ଯ୍ୟମନ୍ଦିର

କୋଣାର୍କ୧୬/୩(ଏସଏସନିୟୁଜ ) କରୋନା ଭୟରେ କୋଣାର୍କ ଏବେ ପର୍ଯ୍ୟଟକ ଶୁନ୍ୟ ହୋଇ ପଡିଛି । ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶନାମା ଜାରି ପରେ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥାପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସୂର୍ଯ୍ୟ ମନ୍ଦିର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ୧୦ହଜାର ପରିବାର ପ୍ରଭାବିତ ହେବାର ଆଶଙ୍କ ଦେଖାଦେଇଛି ।  ଦେଶ ବିଦେଶରୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ  କଟକଣା ଜାରୀ କରାଯାଇଛି ।
Comments (0)
Add Comment