ପରୀ ପାଇଁ ପ୍ରତିବାଦ ଶୋଭାଯାତ୍ରା

ବାରଙ୍ଗ,୧୪/୧୨(ଏସ୍‌ଏସ୍‌ନିୟୁଜ)ନିଷ୍ପାପ ଶିଶୁ ପରୀର ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ପଦରୁ ବହିସ୍କାର ଦାବିରେ ଆଜି ବାରଙ୍ଗ ବିଜେପି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା   ଆୟୋଜିତ ହୋଇଯାଇଛି।କୁନି ଝିଅ ପରୀ ଏବଂ ତା ପରିବାରକୁ ନ୍ୟାୟ ଦେବାପାଇଁ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା ।ଏହି ଶୋଭାଯାତ୍ରା ମଧୁପୁର ଗ୍ରାମ ଠାରୁ ଆରମ୍ଭ କରି ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ବାହାରିଥିଲା।ପରେ ତ୍ରିଶୁଳିଆ ରେ ପହଞ୍ଚି ଛକ ପରିକ୍ରମା କରି ମନ୍ତ୍ରୀ ଅରୁଣ ସାହୁ ଏବଂ ରାଜ୍ୟସରକାର ଙ୍କ ବିରୁଦ୍ଧରେ କର୍ମୀମାନେ ବିଭିନ୍ନ ନାରାବାଜି ଦେଇଥିଲେ।ଏହି ଶୋଭାଯାତ୍ରା ରେ ବାରଙ୍ଗ ବିଜେପିର ଅନେକ କର୍ମକର୍ତ୍ତା ସାମିଲ ହୋଇ ନିଷ୍ପପା ଶିଶୁ ପରୀର ନ୍ୟାୟ ଦାବିକରିଥିଲେ।

Comments (0)
Add Comment