ପେଟୋଲିଂ ବେଳେ ଧରାପଡିଲା ଭାଙ୍ଗଭର୍ତି କାର

କଟକ,୧୩/୧୧(ଏସଏସନିୟୁଜ) ମଙ୍ଗଳବାବାଗ ଥାନା ପୋଲିସ ଗତକାଲି ପେଟ୍ରୋଲିଂ ବେଳେ ଧରିଥିଲେ ଭାଙ୍ଗଭର୍ତି କାର । କାରରେ ବସିଥିବା ଦୁଇଜଣ ଭାଙ୍ଗବେପାରୀ ଙ୍କ ସହ କାରଟିକୁ ଜବତ କରିଥିବାର ଜଣାପଡିଛି ।ପୋଲିସ ଗୁରୁବାର ଦିନ ପେଟ୍ରୋଲିଂ କରୁଥିବାବେଳେ ବିଶେଷସୁତ୍ରରୁ ମିିଳିଥିବା ଖବର ଅନୁଯାୟୀ ରାଣିହାଟ ପୋଲ ପାଖରେ ଆସୁଥିବା ଏକ ଦ୍ରୁତଗାମୀ କାରକୁ ରୋକିଥିଲେ ।ପରେ କାରଟିକୁ ଯାଂଚ ବେଳେ ୬ବସ୍ତା ଭାଙ୍ଗ ଥିବାର ଜାଣିବାକୁ ପାଇଥିଲେ ।କାର ସହ କାରରେ ବସିଥିବା ଦୁଇଜଣ ଅଣଓଡିଆ ଭାଙ୍ଗ ବେପାରୀ ଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୩୮ହଜାରେ ଟଙ୍କା ସହ ଦୁଇଟି ମୋବାଇଲଫୋନ ଜବତ କରାଯାଇଥିବାର କଟକ ଏସପି ପ୍ରତୀକ ସିଂ ସୁଚନା ଦେଇଛନ୍ତି ।

Comments (0)
Add Comment