ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଜଟଣୀ,୧୯/୮(ଏସ୍‌.ଏସ୍‌.ନିୟୁଜ) ମଙ୍ଗଳବାରଦିନ ଜଟଣି ପୋଲିସ ଜଣେ ଯୁବକର ମୃତଦେହକୁ ଏକ ପୋଖରୀରୁ ଉ଼ଦ୍ଧାର କରିଛି ।ମୃତ୍ୟୁବରଣ କରିଥିବା ଯୁବକ ଜଟଣୀ ପୈାରପରିଷଦରେ କାର୍ଯ୍ୟକରୁଥିବାବେଳେ ଘୋଡାଧର୍ମସାଗରମିଲ ପୋଖରୀରୁ ମରି ଭାଷୁଥିବାର ସ୍ଥାନୀୟ ଯୁବକମାନେ ଦେଖିଥିଲେ ।ଏହାପରେ ଖବରପାଇ ଦମକଳବାହିନୀର କର୍ମଚାରୀମାନେ ଆସି ପାଣିମଧ୍ୟରୁ ମୃତଦେହକୁ ଉଦ୍ଧାର କରିଥିଲେ । ଜଟଣୀପୋଲିସ ଆସି ଏକ ଅପମୃତ୍ୟୂ ମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇଛି ।ତେବେ ପୋଖରୀ କୁଳରେ ମୃତକଙ୍କ ଥୁଆହୋଇଥିବା ଏକ ବାଇକକୁ ପୋଲିସ ମଧ୍ୟ ଜବତ କରିଥିବାର ଜଣାପଡିଛି ।(ଜଟଣୀରୁ ମାନସକୁମାର ପ୍ରଧାନଙ୍କ ରିପୋର୍ଟ )

Comments (0)
Add Comment