ପୋଲିସ ଗାଡି ଧକ୍କାରେ ବାଇକ ଚାଳକ ମୃତ, ୩ ଗୁରୁତର,ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ମାଲକାନଗିରି ,୮/୯(ଏସ ଏସ ନିୟୁଜ )ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୋଲିସ ଗାଡି ଏକ ବାଇକକୁ ଧକ୍କା ଦେବାରୁ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବାଲରାଜୁ ସାହୁ ।
ପାଙ୍ଗମ ଗ୍ରାମର ବାଲରାଜୁ ସାହୁ ନାୟକଗୁଡା ଗ୍ରାମପଞ୍ଚାୟତ ର GRS ଭାବେ କାର୍ଯ୍ୟ କରୁଥିଲେ ।
ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ସକାଳେ ପୋଲିସ ଗାଡିଟି ପାଙ୍ଗାମରୁ ଫେରୁଥିବା ବେଳେ ବହୁତ ଦ୍ରୁତ ଗତିରେ ଆସିବା ସହ ଭୁଲ ରାସ୍ତାରେ ଯାଇ ବାଇକ ଆରୋହି ଙ୍କୁ ଧକ୍କା ଦେଇଥିଲା ।ଫଳରେ ପୋଲିସ ଗାଡିଟି ଭାରସମ୍ୟ ହରାଇ ରାସ୍ତା ଠାରୁ ୨୦ ଫୁଟ ଦୂରରେ ଛିଟିକି ପଡି ଓଲଟି ଯାଇଥିବା ବେଳେ ବାଇକଟି ୫୦ ମିଟର ଘୋଷାଡି ହୋଇଯାଇଛି ।ଘଟଣାସ୍ଥଳରେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ପୋଲିସ ଗାଡ଼ିରେ ଥିବା ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକମାନେ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଇଥିଲେ ।ଏହାପରେ ଉତ୍ୟକ୍ତ ଗ୍ରାମବାସୀ ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା କୁ ଗଛ ଡାଳ ପକାଇ ବନ୍ଦ କରିଥିବାର ଜଣାପଡିଛି ।

Comments (0)
Add Comment