ପ୍ରଣବ ମୁଖାର୍ଜୀଙ୍କର କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୦/୮(ସତ୍ୟସନ୍ଧାନ ଡେସ୍କ ) ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କର କରୋନା ପଜିଟିଭ୍ ସୋମବାର ମଧ୍ୟାହ୍ନରେ ସେ ଟ୍ୱିଟ୍ କରି ଏହା ଜଣାଇଛନ୍ତି। , ମୋର କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ଟେଷ୍ଟ କରାଇ ଆଇସୋଲେଟ୍ ହୋଇଯାଆନ୍ତୁ ବୋଲି ନିଜ ଟ୍ୱିଟରେ ସେ ଲେଖିଛନ୍ତି ।ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ। ପ୍ରମୁ ଖ ତାଙ୍କ ଆରୋଗ୍ୟ କାମନା କରି ବାର୍ତ୍ତା ଦେଇଛନ୍ତି।

Comments (0)
Add Comment