ପ୍ରଶାସନ ଶୁଣିଲାନି , ଅନଶନରେ ବସିଲେ ପ୍ରବାସୀ

ତିହିଡି,୮/୯(ଏସ ଏସ ନିୟୁଜ ) ରାଜ୍ୟ ସରକାର ବାହାର ରାଜ୍ୟ ରୁ ଫେରିଥିବା ପ୍ରବାସୀ ମାନଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବା ସହ, ପ୍ରବାସୀ ମାନଙ୍କୁ ଦୁଇ ହଜାର ଟଙ୍କା ପ୍ରସୋହନ ରାଶି ଦେବାର ବ୍ୟବସ୍ଥା କରିଥିଲେ।ମାତ୍ର ପ୍ରବାସୀ ମାନଙ୍କର କ୍ୱାରେଣ୍ଟାଇନ୍ ଅବଧି ଶେଷ ହୋଇ ଦୁଇ, ତିନି ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସହାୟତା ରାଶି ପାଇ ପାରି ନଥିବା ପ୍ରବାସୀ ମାନେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ପ୍ରବାସୀ ସେମାନଙ୍କର କୋଭିଡ୍ ସହାୟତା ରାଶି ପାଇ ନ ଥିବା ,ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ପ୍ରଶାସନ ତରଫରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ୫୦ରୁ ଉର୍ଦ୍ଧ୍ ପ୍ରବାସୀମାନେ କାଁପଡା ପଞ୍ଚାୟତ ପରିସରରେ ଆମରଣ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଥିଲା।  ପଞ୍ଚାୟତର ୭୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ମାନଙ୍କୁ ଆମେ ସହାୟତା ରାଶି ପ୍ରଦାନ କରି ସାରିଛୁ ଏବଂ ଯେଉଁ ମାନଙ୍କୁ ସହାୟତା ରାଶି ମିଳିନାହିଁ ସେମାନଙ୍କର ଲିଷ୍ଟ ବ୍ଲକ ପ୍ରଶାସନ ଦିଆଯାଇଛି ,ତୁରନ୍ତ ସେମାନଙ୍କୁ ସହାୟତା ଦିଆଯିବ ବୋଲି କାଁପଡା ସରପଞ୍ଚ ବିଦେଶିନୀ ସ୍ଵାଇଁ କହିଛନ୍ତି।ବ୍ଲକ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କେହି ଅନସନରେ ବସିଥିବା ପ୍ରବାସୀମାନଙ୍କ ପାଖକୁ ଆସିନଥିବାର ଜଣାପଡିଛି ।

(ତିହିଡିରୁ ତ୍ରିଲୋଚନ ମହାଲିକ ଙ୍କ ରିପୋର୍ଟ)

Comments (0)
Add Comment